28.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶଚଳନ୍ତା ଟ୍ରେନରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଚଳନ୍ତା ଟ୍ରେନରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ମୁମ୍ବାଇ: ଚଳନ୍ତା ଟ୍ରେନରେ ମହିଳାଙ୍କୁ ଦୁଷ୍କର୍ମ । ମହିଳାଙ୍କୁ ପ୍ରଥମେ ଚେତାଶୂନ୍ୟ କରିବା ଲାଗି ଅଭିଯୁକ୍ତ ଜଣକ କିଛି ବିଷାକ୍ତ ପଦାର୍ଥର ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏଭଳି ଘୃଣ୍ୟ କାଣ୍ଡ ଘଟିଥିବା ବେଳେ ପୋଲିସ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରିଛି । ପୋଲିସ ରିଜର୍ଭେସନ ଚାର୍ଟକୁ ଯାଞ୍ଚ କରି ଘଟଣାର ତଥ୍ୟ ସଂଗ୍ରହ କରୁଥିବା ଜିଆରପି ପକ୍ଷରୁ କୁହାଯାଇଛି । ଏହି ଘଟଣା ସମ୍ପର୍କରେ ଥାନେ ଜିଆରପି ଶୁକ୍ରବାର ସୂଚନା ଦେଇଛି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ତୁଳସୀ ଏକ୍ସପ୍ରେସ ଏହି କାଣ୍ଡ ଭିଆଇଛି ଅଭିଯୁକ୍ତ । ଗତ ମାର୍ଚ୍ଚ ୧୦ ତାରିଖରେ ଟ୍ରେନଟି ଉତ୍ତରପ୍ରଦେଶ ଅଭିମୁଖେ ବାହାରିଥିଲା ।

କେହି ଜଣେ ଅଜଣା ବ୍ୟକ୍ତି ମହିଳାଙ୍କୁ ଚେତାଶୂନ୍ୟ କରିବା ଉଦ୍ଦେଶ୍ୟରେ କିଛି ବିଷାକ୍ତ ପଦାର୍ଥର ବ୍ୟବହାର କରିଥିଲା । ଟ୍ରେନଟି ମୁମ୍ବାଇ ନିକଟ ଲୋକମାଣ୍ୟ ତିଳକ ଟର୍ମିନାଲ ଛାଡ଼ିବାର ୪୦ମିନିଟ ପରେ ଏହି ଘଟଣା ଘଟିଥିବା ପୀଡ଼ିତା କହିଛନ୍ତି । ଏହାପରେ ଟ୍ରେନଟି ଥାନେ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ଏହି ଘଟଣା ଘଟିବାର ପ୍ରାୟ ୩୯ଦିନ ପରେ ପୀଡ଼ିତା ଜଣକ ମଧ୍ୟପ୍ରଦେଶ ଗ୍ୱାଲିଅର ଜିଆରପି ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଏହି ମାମଲାଟି ଥାନେ ଜିଆରପି ନିକଟରୁ ଅଭିଯୋଗର ୨୧ ଦିନ ପରେ ହସ୍ତାନ୍ତର କରାଯାଇଥିଲା । ପୋଲିସର କହିବାନୁସାରେ କୌଣସି ସିସିଟିଭି ଫୁଟେଜ ମିଳିନଥିବା ଯୋଗୁଁ ପୋଲିସ ରିଜର୍ଭେସନ ଚାର୍ଟ ଯାଞ୍ଚ କରୁଛି । ପୋଲିସ ମୋବାଇଲ ଫୋନ କଲ୍ ରେକର୍ଡ ଯାଞ୍ଚ କରିବା ସହ ଅନ୍ୟ ଟେକନିକାଲ ପ୍ରମାଣ ସଂଗ୍ରହ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking