30.1 C
Bhubaneswar
Sunday, June 16, 2024
Homeଖେଳ୪ ୱିକେଟ୍‌ରେ ହାରି ଆର୍‌ସିବି ଟୁର୍ଣ୍ଣାମେଣ୍ଟ୍‌ରୁ ବିଦା; କ୍ୱାଲିଫାୟର୍‌-୨ରେ ରାଜସ୍ଥାନ

୪ ୱିକେଟ୍‌ରେ ହାରି ଆର୍‌ସିବି ଟୁର୍ଣ୍ଣାମେଣ୍ଟ୍‌ରୁ ବିଦା; କ୍ୱାଲିଫାୟର୍‌-୨ରେ ରାଜସ୍ଥାନ

ଅହମ୍ମଦାବାଦ: ସଞ୍ଜୁ ସାମ୍‌ସନ୍‌ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଆଇପିଏଲ୍ ୨୦୨୪ ସିଜନ୍‌ର ଏଲିମିନେଟର୍ ମ୍ୟାଚ୍‌ରେ ବିଜୟୀ ହୋଇଛି । ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ରାଜସ୍ଥାନ ଟିମ୍ ଫାଫ୍ ଡୁପ୍ଲେସିସ୍‌ଙ୍କ ନେତୃତ୍ୱାଧୀନ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ୪ ରନ୍‌ରେ ହରାଇ ଦେଇଛି । ଏବେ ରାଜସ୍ଥାନ ରୟାଲ୍ସର ପରବର୍ତ୍ତୀ ମୁକାବିଲା କ୍ୱାଲିଫାୟର୍‌-୨ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସହ ହେବ । ଏହି ମ୍ୟାଚ୍ ୨୪ ତାରିଖରେ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯିବା । କ୍ୱାଲିଫାୟର୍‌-୨ର ବିଜେତା ୨୬ ତାରିଖରେ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ଫାଇନାଲ୍‌ରେ ଭେଟିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏଲିମିନେଟର୍ ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଆର୍‌ସିବି ୮ ୱିକେଟ୍ ହରାଇ ୨୭୨ ରନ୍ କରିଥିଲା । ଜବାବରେ ରାଜସ୍ଥାନ ୧୯ ଓଭର୍‌ରେ ୬ ୱିକେଟ୍ ବିନିମୟରେ ୧୭୪ ରନ୍ କରି ବିଜୟୀ ହୋଇଛି ।

୧୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ୍ ସର୍ବାଧିକ ୪୫ ରନ୍‌, ରିୟାନ୍ ପରାଗ ୩୬, ସିମ୍‌ରନ୍ ହେଟ୍‌ମେୟର୍ ୨୬, ଟମ୍ କୋହଲର୍‌-କାଡମୋର୍ ୨୦ ଏବଂ କ୍ୟାପ୍‌ଟେନ୍ ସଞ୍ଜୁ ସାମ୍‌ସନ୍ ୧୭ ରନ୍ କରି ଆଉଟ୍ ହୋଇଥିଲେ । ରୋଭ୍‌ମାନ୍ ପାୱେଲ୍ ୮ ବଲ୍‌ରୁ ୨ ଚୌକା ଗୋଟିଏ ଛକା ସହାୟତାରେ ୧୬ ରନ୍ କରି ଆର୍ ଅଶ୍ୱିନ (୦)ଙ୍କ ସହ ଅପରାଜିତ ରହିଥିଲେ । ୧୯ତମ ଓଭର୍‌ର ଶେଷ ବଲ୍‌ରେ ଲକି ଫର୍ଗୁସନ୍‌ଙ୍କ ବଲ୍‌ରେ ପାୱେଲ୍ ବିଜୟସୂଚକ ଛକା ମାରିଥିଲେ । ଆର୍‌ସିବି ପକ୍ଷରୁ ମହମ୍ମଦ ସିରାଜ୍ ୨ଟି ୱିକେଟ୍ ନେଇଥିବା ବେଳେ ଲକି ଫର୍ଗୁସନ୍‌, କର୍ଣ୍ଣ ଶର୍ମା ଏବଂ କାମେରନ୍ ଗ୍ରୀନ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ପୂର୍ବରୁ ଆର୍‌ସିବି ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା । ରଜତ ପାଟିଦାର ୩୪, ବିରାଟ କୋହଲି ୩୩ ଓ ମହିପାଲ୍ ଲୋମ୍‌ରର୍ ୩୨ ରନ୍ କରି ଟିମ୍‌କୁ ଏକ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇଥିଲେ । କାମେରନ୍ ଗ୍ରୀନ୍ ୨୭ ରନ୍‌ର ଯୋଗଦାନ କରିଥିଲେ । କ୍ୟାପ୍‌ଟେନ୍ ଫାଫ୍ ଡୁପ୍ଲେସିସ୍ ୧୭ ଏବଂ ଦିନେଶ କାର୍ତ୍ତିକ ୧୧ ରନ୍ କରିଥିବା ବେଳେ ଆଉ କେହି ଦୁଇଅଙ୍କ ମଧ୍ୟ ଛୁଇଁପାରି ନଥିଲେ । ଗ୍ଲେନ୍ ମାକ୍ସୱେଲ୍ ପୁଣିଥରେ ବିଫଳ ହୋଇ ଖାତା ଖୋଲିବା ପୂର୍ବରୁ ଆର୍ ଅଶ୍ୱିନ୍‌ଙ୍କ ବଲ୍‌ରେ ଧ୍ରୁବ ଜୁରେଲ୍‌ଙ୍କ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରିଥିଲେ । ମାକ୍ସୱେଲ୍‌ଙ୍କ ପୂର୍ବରୁ ସେହି ଓଭର୍‌ର ଦ୍ୱିତୀୟ ବଲ୍‌ରେ ଅଶ୍ୱିନ ଗ୍ରୀନ୍‌ଙ୍କୁ ଆଉଟ୍ କରିଥିଲେ । ରାଜସ୍ଥାନ ପକ୍ଷରୁ ଆଭେସ୍ ଖାନ୍ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଆର୍ ଅଶ୍ୱିନ୍‌ଙ୍କୁ ଦୁଇଟି ଏବଂ ବୋଲ୍ଟ, ସନ୍ଦୀପ ଶର୍ମା ଓ ଚହଲ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking