28.1 C
Bhubaneswar
Sunday, June 16, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆପଣଙ୍କ ପ୍ରଗତିରେ କେହି ଗତିରୋଧ କରିପାରନ୍ତି । ମନକୁ ଶାନ୍ତ ରଖନ୍ତୁ । ସଫଳତା ପାଇଁ ଭାବିଚିନ୍ତି କାମ କରନ୍ତୁ । ପରିବାରରେ ଅଭାବ ଅନଟନ ଦେଖାଦେବ । ମହିଳାମାନେ ନିଆଁ ଓ ଗ୍ୟାସ୍ ପ୍ରତି ଜଗିରଖି କାମ କରନ୍ତୁ ।

ବୃଷ : ଆଜି ବେପାର ବୃତିରେ ପ୍ରଗତି ଘଟିବ । ସମାଜରେ ଆଦର ସମ୍ମାନ ପାଇବେ । ଜୀବନ ସାଥୀ ଆପଣଙ୍କୁ ଉତ୍ସାହିତ କରିବେ । ନିଜର ବସ୍ତ୍ର ଓ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେବେ । ବିଦ୍ୟାର୍ଥୀମାନେ ପରୀକ୍ଷାରେ ଖୁବ୍ ଭଲ କରିବେ ।

ମିଥୁନ : ବ୍ୟବସାୟରେ ମନପ୍ରାଣ ଦେଇ କାମ କରନ୍ତୁ । ସଫଳତା ପାଇବେ । କାହାରିକୁ ସମାଲୋଚନା କରନ୍ତୁ ନାହିଁ । ଶରୀର ଅସୁସ୍ଥ ହୋଇପାରେ । ରାଜନୀତିରେ ଉଚ୍ଚ ପଦକୁ ମନୋନୀତ ହୋଇପାରନ୍ତି । ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ : ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ । ବେପାର ବୃତିରେ ଖୁସି ହେବେ । କେହି ଆପଣଙ୍କ ଠାରୁ କିଛି ପାଇବା ଆଶାରେ ଆସିବେ । ହେଲେ ସେ କହିବା ପୂର୍ବରୁ ମନ କଥା ଖୁବ୍ ଶୀଘ୍ର ଜାଣିନେବେ ।

ସିଂହ : ପରିବାରଜନଙ୍କ ସହିତ ଅଧିକ ସମୟ ବିତେଇବେ । ନୂଆ ଘର ତିଆରି କରିବା ପାଇଁ ଯୋଜନା ତିଆରି କରିବେ । ଖାଦ୍ୟ ପେୟ ପ୍ରତି ସଜାଗ ରୁହନ୍ତୁ । ଛାତ୍ରମାନେ ଅଧ୍ୟନରେ ଅଧିକ ମନନିବେଶ କରିବେ ।

କନ୍ୟା : ବ୍ୟବସାୟରେ ପ୍ରସାର ଲାଭ କରିବେ । ପଡ଼ୋଶୀଙ୍କ ସହିତ ସମ୍ପର୍କ ମଧୁର ହେବ । ପ୍ରତିଟି କ୍ଷେତ୍ରରେ ଭୟ ଦେଖାଦେବ । ବିଦ୍ୟାର୍ଥୀମାନେ ପରିକ୍ଷାରେ ଖୁବ୍ ଭଲ କରିବେ । ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ ।

ତୁଳା : ଅଫିସ୍‌ରେ ଅଧିକ ଦାୟିତ୍ୱ ତୁଲାଇବେ । ସହକର୍ମୀଙ୍କ ସହିତ ଭଲ ବ୍ୟବହାର କଲେ ତାଙ୍କର ସହଯୋଗ ପାଇବେ । ସ୍ତ୍ରୀଙ୍କ ସହିତ ସହରକୁ ଗୃହ ଉପକରଣ କିଣିବାକୁ ଯାଇପାରନ୍ତି । ବନ୍ଧୁମାନଙ୍କ ସହିତ ରାତ୍ରି ଭୋଜିରେ ମଉଜମସ୍ତି କରିପାରନ୍ତି ।

ବିଛା : ଶରୀର ସୁସ୍ଥ ଓ ମନରେ ଉତ୍ସାହ ରହିବ । ଆୟ ବୃଦ୍ଧିର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ସମ୍ମାନ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଜୀବନସାଥିଙ୍କୁ କୌଣସି ବସ୍ତୁ ଉପହାର ଦେଇପାରନ୍ତି ।

ଧନୁ : ଚାକିରୀରେ କିଛି ପରିବର୍ତନ ହୋଇପାରେ । କର୍ତୃପକ୍ଷଙ୍କ ଠାରୁ କଡ଼ାକଥା ଶୁଣିବେ । ଆପଣଙ୍କର ମାନସିକ ଅଶାନ୍ତି ବଢ଼ିବ । ବାହାର କାମରେ ଗଲାବେଳେ ସାବଧାନତା ସହ ଗାଡ଼ି ଚଳାନ୍ତୁ ।

ମକର : ପିତାମାତାଙ୍କ ଆର୍ଶୀବାଦ ନେଇ କାମରେ ଯାଆନ୍ତୁ । ଆପଣଙ୍କ ମନସ୍କାମନା ପୂରଣ ହେବ । ବିରୋଧୀ ଆପଣଙ୍କର ଆଖିରେ ଆଖି ମିଶାଇ କଥା କହିପାରିବେ ନାହଁ । ସେୟାର ବଜାରରୁ ଲାଭ କମ୍ ପାଇବେ ।

କୁମ୍ଭ : ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଶୁଭ ଖବର ପାଇ ଖୁସି ହେବେ । ମସ୍ତିସ୍କରେ ନୂଆ କଥା ଘୁରି ବୁଲିବ । ପାରିବାରିକ ଜୀବନ ସୁଖମୟ ହେବ । ଘରକୁ ଅତିଥି ଆସିବେ । ନେତା ମନ୍ତ୍ରୀଙ୍କ ମାଧ୍ୟମରେ ଲାଭ ପାଇବେ ।

ମୀନ : ପୂଜା ପାଠରେ ମନକୁ ଶାନ୍ତି ମିଳିବ । ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢ଼ିବ । ବ୍ୟବସାୟରେ ସୁଧାର ଆଣିବାରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନୂତନ ଚାକିରୀର ସୁଯୋଗ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking