30.1 C
Bhubaneswar
Sunday, March 23, 2025
Homeଦେଶ ବିଦେଶକୋନ୍‌ ଆଇସ୍‌କ୍ରିମ୍‌ରୁ ବାହାରିଲା ମଣିଷ ଆଙ୍ଗୁଠି

କୋନ୍‌ ଆଇସ୍‌କ୍ରିମ୍‌ରୁ ବାହାରିଲା ମଣିଷ ଆଙ୍ଗୁଠି

ମୁମ୍ବାଇ : ମୁମ୍ବାଇରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଅନଲାଇନରେ ଅର୍ଡର୍ ହୋଇଥିବା ଆଇସ୍‌କ୍ରିମ୍‌ କୋନ୍‌ରୁ ମାନବ ଆଙ୍ଗୁଠିର ଏକ ଅଂଶ ବାହାରିଛି । ଆଇସକ୍ରିମ ଭିତରେ କଟା ଆଙ୍ଗୁଠି ଦେଖି ଭୟରେ ପୁଲିସ ଷ୍ଟେସନରେ ପହଞ୍ଚିଛନ୍ତି ଗ୍ରାହକ । ସୂଚନା ଅନୁସାରେ, ପଶ୍ଚିମ ମାଲଦାରେ ରହୁଥିବା ୨୬ ବର୍ଷ ବୟସ୍କା ଅଭିଯୋଗକାରୀ ୟାମୋ କମ୍ପାନିର ଏକ ବଟରସ୍କଟ୍ ଆଇସ୍କ୍ରିମ୍ କୋନ୍‌ ବରାଦ ଦେଇଥିଲେ।ମଧ୍ୟାହ୍ନ ଭୋଜନ ପରେ ଆଇସ୍କ୍ରିମ୍ ଖାଇବା ବେଳେ ସେ ଅଧାରୁ ସେଥିରେ ଏକ ଆଙ୍ଗୁଠି ଦେଖିବାକୁ ପାଇଥିଲେ। ଆଇସକ୍ରିମରେ ନଖ ଥିବା ଏକ ଇଞ୍ଚ ଲମ୍ବର ମାଂସ ଖଣ୍ଡ ଦେଖି ସେ ଚକିତ ହୋଇ ଯାଇଥିଲେ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ପ୍ରକାଶ କରିଛି। ପୁଲିସ୍ କହିଛି ଯେ ମାନବଙ୍କ ଆଙ୍ଗୁଠିର ଖଣ୍ଡ ବୋଲି ସନ୍ଦେହ କରାଯାଉଥିବା ମାଂସ ଖଣ୍ଡକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି। ମାଲଦା ପୁଲିସ ଷ୍ଟେସନରେ ଅଭିଯୋଗ ହେବା ପରେ ପୁଲିସ କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking