30.1 C
Bhubaneswar
Sunday, June 16, 2024
Homeଅପରାଧଭାଇ ବୋହୂକୁ ଦୁଷ୍କର୍ମ କଲା ଦେଢଶୁର

ଭାଇ ବୋହୂକୁ ଦୁଷ୍କର୍ମ କଲା ଦେଢଶୁର

ଭବାନୀପାଟଣା: କ୍ଷଣିକ ସୁଖ ପାଇଁ ସମ୍ପର୍କ ଭୁଲିଗଲା ଦେଢଶୁର । ହଜିଗଲା ମଣିଷ ପଣିଆ । ଭାଇ ବୋହୂକୁ ଦୁଷ୍କର୍ମ କଲା ଦେଢଶୁର । ସେପଟେ ଦୁଷ୍କର୍ମର ଶିକାର ହେବା ପରେ ଲୋକଲଜ୍ଜ୍ୟା ସହି ନ ପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛି ଭାଇ ବୋହୁ । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଦେଢଶୁର ଫେରାର ଅଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସ୍ୱାମୀ ରାଜ୍ୟ ବାହାରେ ରହି କାମ କରୁଥିଲେ । ସ୍ୱାମୀ ବାହାରେ ଥିବାବେଳେ ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ । ଗତ ଦୁଇ ଦିନ ତଳେ ମହିଳାଙ୍କ ସ୍ୱାମୀଙ୍କ ଜଣେ ସମ୍ପର୍କୀୟ ବଡ଼ ଭାଇ ଅରୁଣ ମାଝୀ ଘରେ କେହି ନଥିବାର ସୁଯୋଗ ନେଇ ମହିଳାଙ୍କ ହାତଗୋଡ ବାନ୍ଧି ନିକଟରେ ଥିବା ଏକ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ । ଏ ବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ ।

ଏହାପରେ ମହିଳା ଜଣଙ୍କ ନିଜ ବାପା ଘରକୁ ଚାଲିଯାଇ ସେଠାରେ ନିଜ ପରିବାର ଓ ନିଜ ସ୍ୱାମୀଙ୍କୁ ସବୁକଥା ଜଣାଇଥିଲେ । ପରେ ରାଜ୍ୟ ବାହାରକୁ ଯାଇଥିବା ସ୍ୱାମୀ ଫେରି ଆସି ଗତକାଲି ଏନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେପଟେ ଥାନାରେ ଅଭିଯୋଗ ହେବା ପରେ ମହିଳା ଜଣଙ୍କ ନିଜ ମାଆଙ୍କ ସହ ଗାଁକୁ ଫେରିଥିଲେ । କିନ୍ତୁ ଥାନାରେ ଅଭିଯୋଗ ହେବା ପରେ ଘଟଣା ପ୍ରଘଟ ହେବା ସହ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ଲୋକଲଜ୍ଜ୍ୟା ସହି ନପାରି ମହିଳା ଜଣଙ୍କ ଗତ ରାତିରେ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିବ ବୋଲି ପୋଲିସ ପ୍ରକାଶ କରିଥିବା ବେଳେ ଅଭିଯୁକ୍ତ ଅରୁଣ ମାଝୀ ବର୍ତ୍ତମାନ ଫେରାର ଥିବା ନେଇ ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking