30.1 C
Bhubaneswar
Saturday, April 27, 2024
Homeଅପରାଧଚିଟଫଣ୍ଡ କମ୍ପାନୀ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଚିଟଫଣ୍ଡ କମ୍ପାନୀ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଜେଲରେ ସଜ୍ଜା କାଟୁଥିବା, ଅର୍ଥତତ୍ତ୍ୱ କମ୍ପାନୀର ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ ।ଜେଲ୍‌ରେ ଥିବା ଟଏଲେଟରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ଜେଲ୍‌ରେ ଥିବା ଟଏଲେଟ ଯାଇଥିବା ବେଳେ ବେକରେ ଇନଭର୍ଟର ତାର ଗୁଡ଼ାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂଚନା  ଅନୁଯାୟୀ, ଜେଲ୍‌ ପିଅନ୍ ସହ କୌଣସି କାରଣକୁ ନେଇ ପ୍ରଦୀପଙ୍କ ଝଗଡା ହୋଇଥିଲା । ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରିଥିଲେ ଜେଲ କର୍ତ୍ତୃପକ୍ଷ । ପ୍ରଦୀପଙ୍କୁ ଚିକିତ୍ସା ନିମନ୍ତେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି।  ପ୍ରଦୀପଙ୍କୁ SCB ମାନସିକ ରୋଗ ବିଭାଗକୁ ପଠାଯାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ମିଶାଇ ପ୍ରଦୀପ ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking