ନବରଙ୍ଗପୁର : ଆଙ୍କର-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅଂଚଳ ରୁ ଆନ୍ଧ୍ରପ୍ରଦେଶ କୁ ଚାଲାଣ ହେଉଥିବା ବେଳେ ୪୦ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିଛି ନବରଙ୍ଗପୁର ଶ୍ରମ ବିଭାଗ ।ଗତକାଲି ରାତିରେ ନରେଶ ନାମକ ଏକ ଘରୋଇ ବସ ଯୋଗ ଆନ୍ଧ୍ରପ୍ରଦେଶ କୁ ଯାଉଥିବା ସମୟରେ ନବରଙ୍ଗପୁର ବସଷ୍ଟାଣ୍ଡ ନିକଟ ରେ ଶ୍ରମ ବିଭାଗ ର କର୍ମଚାରୀ ମାନେ ବସକୁ ଅଟକାଇବା ପରେ ସବୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛନ୍ତି ।ଶ୍ରମ ବିଭାଗ ର କର୍ମଚାରୀ ମାନେ ମହିଳା ମାନଙ୍କୁ ସୁଧାର ଗୃହ ରହିବା ପାଇଁ ବ୍ୟବସ୍ଥା କରିଥିବା କହିବା ପରେ ସେମାନେ ଯିବା ପାଇଁ ମନା କରି ବସଷ୍ଟାଣ୍ଡ ଠାରେ ବସି ରହି ଥିଲେ ।ଏହାପରେ ନବରଙ୍ଗପୁର ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ସୁଧାର ଗୃହ କୁ ପଠେଇ ଥିବା ବେଳେ, ୪୦ ଜଣ ଙ୍କ ମଧ୍ୟ ରେ ୧୦ ଜଣ ନାବାଳକ ଓ ନାବାଳିକା ଥିବା ବେଳେ ୩ ଜଣ ଶିଶୁ ଥିବା ଜଣାପଡିଛି ।ଦାଦନ ଶ୍ରମିକ ମାନଙ୍କ କହିବା ଅନୁଯାୟୀ ତାଙ୍କ ଅଂଚଳ ରେ କାମଧନ୍ଦା ନପାଇ ସେମାନେ ଇଟା ଭାଟି ରେ କାମ କରିବା ପାଇଁ ଯାଉଥିବା ପ୍ରକାଶ କରିଛନ୍ତି ।