28.1 C
Bhubaneswar
Saturday, April 27, 2024
Homeଓଡିଶାବ୍ରହ୍ମପୁର ଆଇଟିଆଇର ସଫଳତା କୁ ନେଇ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଆଇଟିଆଇର ସଫଳତା କୁ ନେଇ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ଉଦ୍ଭାବନ କରାଯାଇଥିବା ୩ ଟି ମେସିନ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦଗିକ ବିଭାଗର ପେଟେଣ୍ଟ ଜର୍ନାଲରେ ସ୍ଥାନ ପାଇଛି। ବ୍ରହ୍ମପୁର ଆଇଟିଆଇର ଏହି ସଫଳତା ଦେଶର ଅନ୍ୟ ଆଇଟିଆଇଙ୍କ ପାଇଁ ଉଦାହରଣ ହୋଇ ରହିବ ବୋଲି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରନ୍ମହେନ୍ଦ୍ରନାଥ ପାଣ୍ଡେ କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଆଇଟିଆଇର ଏହି ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି।

କରୋନା ମହାମାରୀ ସମୟରେ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ନିର୍ମାଣ କରାଯାଇଥିବା ମୋବାଇଲ ସ୍ୱାବ କଲେକ୍ସନ କିଓସ୍କ, ୟୁଭିସି ସୋଲେ ସାନିଟାଇଜର ଓ ୟୁଭିସି ରୋବା ୱାରିୟର ପାଟେଣ୍ଟ ଜର୍ନାଲରେ ସ୍ଥାନିତ କରାଯାଇଛି। ନିଜସ୍ୱ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ଏହି ୩ ଟି ମେସିନର ସ୍ୱତାଧିକାରୀ ଏବେ ବ୍ରହ୍ମପୁର ଆଇଟିଆଇ ହାତରେ ରହିବ। ଏହି ଉଦ୍ଭାବନଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ଆତମନିର୍ଭରଶୀଳ ଭାରତ ଯୋଜନାରେ ସାମିଲ ହୋଇଥିବା ବେଳେ ଅନ୍ୟ ଆଇଟିଆ ମଧ୍ୟ ଉଦ୍ଭାବନ ଦିଗରେ ଗୁରୁତ୍ୱ ଦେବେ ବୋଲି କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking