28.1 C
Bhubaneswar
Saturday, April 27, 2024
Homeଓଡିଶାରକ୍ତ ଅଭାବରୁ କାହାକୁ ମରିବାକୁ ଦିଆଯିବନି

ରକ୍ତ ଅଭାବରୁ କାହାକୁ ମରିବାକୁ ଦିଆଯିବନି

ବଡ଼ସାହି  : ରକ୍ତଦାନ ହେଉଛି ମହତଦାନ । କରୋନା ମହାମାରି ସମୟରେ ମୟରଭଞ୍ଜରେ ରକ୍ତର ଅଭାବ ଦେଖା ଯାଇଥିବା ବେଳେ ବଡ଼ସାହି ବିଧାୟକ ସନାତନ ବିଜୁଳି ଏକ ମହତ କାମ ହାତକୁ ନେଇ ଗତ ଏପ୍ରିଲ ମାସରୁ ରକ୍ତଦାନ ଶିବିରର ଆୟୋଜନ କରି ଆସୁଛନ୍ତି। ଆଜି ଏହି ସ୍ଵଚ୍ଛାକୃତ ରକ୍ତଦାନ ଶିବିର ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଗଡଦେଉଳିଆ ଚେକ୍ ଗେଟ୍ ଠାରେ ୨୫ ତମ ରକ୍ତଦାନ ଶିବିର ବିଧାୟକ ଶ୍ରୀଯୁକ୍ତ ବିଜୁଳିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ସମସ୍ତ ରକ୍ତଦାତା ମାନେ କଭିଡ଼ ନିୟମ ମାନି ସାବଧାନତା ର ସହିତ କାର୍ଯ୍ୟ ସମ୍ପାଦନ କରିଥିଲେ ।
ଏଥିରେ ମୟୂରଭଞ୍ଜ ସାଂସଦ ଶ୍ରୀଯୁକ୍ତ ଇଂ ବିଶେଶ୍ଵର ଟୁଡୁଙ୍କ ସହିତ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ଜିଲ୍ଲା ପରିଷଦ ସଦସ୍ୟ ବ୍ରଜ ମୋହନ ବେହେରା, ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତ ଆଦି ଯୋଗଦାନ କରିଥିଲେ । ଏହି ଶିବିରରେ ୩୫ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଏଥି ପୂର୍ବରୁ ବୈସିଙ୍ଗା, ପାଟୁଳିପୁରା, ଆମ୍ବଗଡିଆ, ପୁରୁଣିଆ, ପଣସିଆ, କଳମା, ଦୁର୍ଗାପୁର , ପଦ୍ମନାଭପୁର, ଆଗ୍ରିଆ, ବେତନଟୀ, ପଟିସାରି, ମାଣତ୍ରୀ, ଦେଉଳିଆ, ବଡ଼ସାହି ଆଦି ୨୪ଟି ସ୍ଥାନରେ ଅନୁଷ୍ଠିତ ହୋଇସାରିଛି । ଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ “ରକ୍ତ ଅଭାବରୁ କାହାକୁ ମରିବାକୁ ଦିଆଯିବନି’ ବୋଲି ଆୟୋଜକ ବିଧାୟକ ସନାତନ ବିଜୁଳି କହନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking