38.8 C
Bhubaneswar
Friday, April 19, 2024
Homeଓଡିଶାସୁନ୍ଦରଗଡ଼ ଜିଲ୍ଲାର ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲାର ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ରାଉରକେଲା: କରୋନା ରେ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ଜୀବନ ଗଲା। ରାଜ୍ୟରେ ଆଜି ପୁଣି ଜଣେ କରୋନା ଯୋଦ୍ଧା ଙ୍କ ପ୍ରାଣ ଯାଇଛି। ସୁନ୍ଦରଗଡ଼ ଜିଲା ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଅରୁଣ କୁମାର ଦାସଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୁନ୍ଦରଗଡ଼ ସିଡିଏମଓ ଡାକ୍ତର ସରୋଜ ମିଶ୍ର  ସୂଚନା ଦେଇଛନ୍ତି। ଗତ ପ୍ରାୟ ଚାରି ଦିନ ତଳେ ଡାକ୍ତର ଅରୁଣ କୁମାର ଦାସ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଆଜି ସୁନ୍ଦରଗଡ଼ର ଦୁଇ ଜଣଙ୍କ ପୁରୁଷଙ୍କର ମୃତ୍ୟୁ ହୋଇଛି l ସେମାନଙ୍କ ବୟସ ୫୪ ଓ ୬୦ ବର୍ଷl ଜିଲ୍ଲାରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୭ ଛୁଇଁଛି। ଏଣେ ଆଜି ରାଜ୍ୟରେ ୨୮୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ୯ଜଣଙ୍କ ମୃତ୍ୟୁ  ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking