30.1 C
Bhubaneswar
Friday, April 26, 2024
Homeଓଡିଶାବସ୍‌ରୁ ଚେନ୍ନାଇ ଫେରନ୍ତା ଫେରାର

ବସ୍‌ରୁ ଚେନ୍ନାଇ ଫେରନ୍ତା ଫେରାର

ଭୁବନେଶ୍ୱର : ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡିଆଙ୍କୁ ନେଇ ରାଜ୍ୟ ସରକାରଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇଥିବାବେଳେ ସେମାନଙ୍କର ଓଡିଶାକୁ ଫେରିବା ନେଇ ଯାତାୟାତର ସମସ୍ତ ବ୍ୟବସ୍ଥା କରାଯାଇଛି। ଅନଲାଇନ ମାଧ୍ୟମରେ ପ୍ରବାସୀ ଓଡିଆଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ସରକାରଙ୍କ ନିୟମ ଅନୁସାରେ ପ୍ରବାସୀ ଓଡିଆମାନଙ୍କୁ ସେମାନଙ୍କ ନିଜସ୍ୱ ଜିଲ୍ଲା ପ୍ରଶାସନ ଅଧୀନରେ ଥିବା କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା ରହିଛି। ଶନିବାର ସମୟରେ ଜଗତପୁର ଗୋଲେଇଛକ ନିକଟରେ ଚେନ୍ନାଇରୁ କିଛି ପ୍ରବାସୀ ଓଡିଆଙ୍କୁ ଆଣି ଆସୁଥିବା ୬ରୁ ୭ଟି ବସ୍‍ ଅଟକିଥିଲା। ଏହି ସମୟରେ କିଛି ପ୍ରବାସୀ ବସରୁ ଓହ୍ଲାଇ ଏଣେତେଣେ ବୁଲିବା ସହ ବାଇକ ଏବଂ ଅଟୋ ଯୋଗେ ଚମ୍ପଟ ମାରିଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ବସ ଗୁଡିକ ଯାଜପୁର ଓ କେନ୍ଦ୍ରାପଡ଼ା ଅଭିମୁଖେ ଚାଲିଯାଇଥିଲା। ଏହି ଘଟଣା ଘଟିବା ସମ୍ପର୍କରେ ସ୍ଥାନୀୟ ପୁଲିସ ପ୍ରଶାସନ ଉକ୍ତ ବସ ଗୁଡିକୁ ତନଖି କରିଥିଲେ ହେଁ ଫେରାର ପ୍ରବାସୀଙ୍କ ସମ୍ପର୍କରେ କିଛି ତଥ୍ୟ ମିଳିପାରି ନଥିବା ଜଣାପଡ଼ିଛି।
https://onakhabar.com/2020/05/09/corona-test/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking