28.1 C
Bhubaneswar
Saturday, April 27, 2024
Homeଓଡିଶାଡବ୍ଲୁଓଡିସି ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ

ଡବ୍ଲୁଓଡିସି ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ( ଡବ୍ଲୁଓଡିସି )ର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ନେତା ସୁବାସ ଚୌହାନଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୫୪ବର୍ଷ ବୟସ ହୋଇଥିଲ । ଲିଭର କ୍ୟାନ୍‌ସର୍‌ରେ ପୀଡ଼ିଥ ଥିଲେ । ଅପ୍ରେଲ ୩୦ରେ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତି ୩ଟା ୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି ।
୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡିରେ ଯାଗ ଦେଇଥିଲେ । ତାଙ୍କୁ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କରାଯାଇ କ୍ୟାବିନେଟ୍ ପାହ୍ୟା ଦିଆଯାଇଥିଲା । ସେ ପୂର୍ବରୁ ବିଜେପିରେ ଥିଲେ । ବିଶ୍ୱହିନ୍ଦୁ ପରିଷଦ ଓ ଆର୍‌ଆର୍‌ଏସ୍‌ର ଜଣେ ସକ୍ରିୟ ସଦସ୍ୟ ଥିଲେ । ସାଧାରଣ ନିର୍ବାଚନ ସମୟରେ ଦଳ ସହ ମତ ପାର୍ଥକ୍ୟ ହେବାରୁ ସେ ବିଜେଡିରେ ଆସି ଯୋଗ ଦେଇଥିଲେ ।
https://onakhabar.com/2020/05/09/leader-of-opposition-letter-to-cm/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking