33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆମ୍ବ ଟ୍ରକ୍ ଓଲଟି ୫ ଶ୍ରମିକ ମୃତ, ୧୧ ଆହତ

ଆମ୍ବ ଟ୍ରକ୍ ଓଲଟି ୫ ଶ୍ରମିକ ମୃତ, ୧୧ ଆହତ

ମଧ୍ୟପ୍ରଦେଶ : ଆମ୍ବ ଟ୍ରକ ଓଲଟି ୫ ଶ୍ରମିକ ମୃତ । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ଅନ୍ତର୍ଗତ ପଥଗ୍ରାମ ପାଖରେ । ଏଥିରେ ୧୧ଜଣ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି । ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ନରସିଂହପୁର ଜିଲ୍ଲାପାଳ ଦୀପକ ସାକ୍ସେନା କହିଛନ୍ତି, ଆମ୍ବ ଭର୍ତ୍ତି ହୋଇଥିବା ଟ୍ରକ୍‌ରେ ସମୁଦାୟ ୧୮ଜଣ ଲୋକ ଯାତ୍ରା କରୁଥିଲେ । ପଥଗ୍ରାମ ପାଖରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା । ଏଥିରେ ୫ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ ୧୧ଜଣ ଆହତ ହୋଇଛନ୍ତି । ଏହି ଶ୍ରମିକମାନେ ତେଲେଙ୍ଗାନାର ହାଇଦ୍ରାବାଦ୍‌ରୁ ଉତ୍ତରପ୍ରଦେଶର ଆଗ୍ରାକୁ ଯାଉଥିଲେ ।
https://onakhabar.com/2020/05/09/killer-brother-in-law-arrested-for-killing-10-year-old-girl/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking