28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ରାଜ୍ୟମାନଙ୍କୁ ଚିଠି ଲେଖିଲା କେନ୍ଦ୍ର

ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ରାଜ୍ୟମାନଙ୍କୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ : ଦିନକୁ ଦିନ ବଢିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଯାହାକୁ ନେଇ ଚିନ୍ତାରେ ସାରା ଦେଶ । ସେପଟେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଗଲାଣି । ବର୍ତ୍ତମାନ ଠାରୁ ଲକ୍ଷେ ଉପରେ ଦେଶରେ ରହିଛି ଦୈନିକ ସଂକ୍ରମଣ ହାର । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଲହର ସମୟରେ ଯେଉଁଭଳି ଅକ୍ସିଜେନ୍ ସଙ୍କଟ ଦେଖାଦେଇଥିଲା ସେଭଳି ସ୍ଥିତି ଯେମିତି ତୃତୀୟ ଲହର ସମୟରେ ନଉପୁଜେ ତାକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଆଗୁଆ ସତର୍କ କରାଇଛନ୍ତି କେନ୍ଦ୍ର ସରକାର ।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକର ମୁଖ୍ୟ ଶାସନ ସଚିବଙ୍କ ଚିଠି ଲେଖି ରାଜ୍ୟରେ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମସ୍ତ କୋଭିଡ୍ ହସ୍ପିଟାଲ ଗୁଡିକରେ ଆବଶ୍ୟକୀୟ ଅକ୍ସିଜେନ୍ ଗଚ୍ଛିତ ରଖିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାର ସବୁ ବ୍ୟବସ୍ଥା କରିବାକୁ ମଧ୍ୟ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking