33.1 C
Bhubaneswar
Saturday, April 27, 2024
Homeଓଡିଶାକୋଭିଡ୍‌ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ର ଦେବ ୫ ଲକ୍ଷ

କୋଭିଡ୍‌ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ର ଦେବ ୫ ଲକ୍ଷ

ନୂଆଦିଲ୍ଲୀ : କୋଭିଡ୍‌ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ର ସରକାର ଆର୍ôଥକ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଇତିମଧ୍ୟରେ ସରକାରୀ ହିସାବ ଅନୁଯାୟୀ ୬୭ ଜଣ ସାମ୍ବାଦିକ କୋଭିଡ୍‌ରେ ପ୍ରାଣ ହରାଇସାରିଲେଣି । ସେମାନଙ୍କ ମଧ୍ୟରୁ ୪୧ ଜଣ ମୃତ ସାମ୍ବାଦିକଙ୍କ ପରିବାରକୁ କ୍ଷତିପୂରଣ ମିଳିସାରିଥିବାବେଳେ ଆଉ ୨୬ ସାମ୍ବାଦିକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କେନ୍ଦ୍ର ସରକାର ଗୁରୁବାର ଘୋଷଣା କରିଛନ୍ତି । ପିଆଇବିର ମିଳିତ ସହଯୋଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଆର୍ôଥକ ବର୍ଷରେ କୋଭିଡ୍‌ରେ ପ୍ରାଣ ହରାଇଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ତତ୍ତ୍ୱାବଧାନରେ ମନ୍ତ୍ରଣାଳୟ ନିଜ ପକ୍ଷରୁ ୨୦୨୦ ଓ ୨୦୨୧ରେ କୋଭିଡ-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ କରି ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସେମାନଙ୍କ ପରିବାରବର୍ଗଙ୍କୁ ଆର୍ôଥକ ସହାୟତା ଯୋଗାଇବାପାଇଁ ଯୋଜନା କରିଛନ୍ତି ।

ମନ୍ତ୍ରାଳୟ ସଚିବ ଅମିତ ଖାରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାମ୍ବାଦିକ କଲ୍ୟାଣ ଯୋଜନା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପ୍ରସ୍ତାବରେ ୨୦୨୦-୨୧ ଆର୍ôଥକ ବର୍ଷରେ କୋଭିଡ-୧୯ ଯୋଗୁଁ ପ୍ରାଣ ହରାଇଥିବା ୨୬ଜଣ ସାମ୍ବାଦିକଙ୍କ ପ୍ରତ୍ୟେକ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ôଥକ ସହାୟତା ପ୍ରଦାନ ଅନ୍ତର୍ଭୁକ୍ତ । କେନ୍ଦ୍ର ସରକାର ମୃତ ସାମ୍ବାଦିକଙ୍କ ୪୧ ପରିବାରକୁ ଦେଉଥିବା ଆର୍ôଥକ ସହାୟତା ମିଶାଇବା ପରେ କୋଭିଡରେ ପ୍ରାଣତ୍ୟାଗ କରିଥିବା ସାମ୍ବାଦିକଙ୍କ ସଂଖ୍ୟା ୬୭କୁ ବୃଦ୍ଧିପାଇଛି । କମିଟି ପକ୍ଷରୁ ଗଭୀର ଶୋକପ୍ରକଟ କରାଯିବା ସହ ଦିବଂଗତ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଶୋକ ସନ୍ଦେଶ ମଧ୍ୟ ଜଣାଇ ଦିଆଯାଇଛି । ପତ୍ର ସୂଚନା କାର୍ଯ୍ୟାଳୟ ମଧ୍ୟ ନିଜପକ୍ଷରୁ କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଦେଖାକରି ସେମାନଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ସହାୟତା ପାଇଁ ଆବେଦନ କରିବାକୁ ପ୍ରବର୍ତ୍ତାଇଥିଲେ ।

କମିଟି ମଧ୍ୟ ପ୍ରତି ସପ୍ତାହରେ ସାମ୍ବାଦିକ କଲ୍ୟାଣ ଯୋଜନା(ଜେଡବ୍ଲ୍ୟୁଏସ୍‌) ବୈଠକ କରି ଆର୍ôଥକ ସହାୟତା ପାଇଁ ଆବେଦନକାରୀଙ୍କ ଦରଖାସ୍ତ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଥିଲେ । କୋଭିଡ-୧୯ ବ୍ୟତୀତ ଅନ୍ୟକାରଣ ଯୋଗୁଁ ପ୍ରାଣ ହରାଇଥିବା ୧୧ଜଣ ସାମ୍ବାଦିକ ପରିବାରର ଦରଖାସ୍ତ ମଧ୍ୟ ଆଜି ବିଚାରକୁ ନେଇଥିଲେ । ଜେଏସଡବ୍ଲୁ ବୈଠକରେ ପିଆଇବିର ପ୍ରଧାନ ମହାନିର୍ଦ୍ଦେଶକ ଜୟଦୀପ ଭଟ୍ଟନାଗର, ମନ୍ତ୍ରଣାଳୟ ଯୁଗ୍ମସଚିବ ବିକ୍ରମ ସହାୟ, କମିଟିର ସାମ୍ବାଦିକ ପ୍ରତିନିଧି ସନ୍ତୋଷ ଠାକୁର, ଅମିତ କୁମାର, ଉମେଶ୍ୱର କୁମାର, ସର୍ଜନା ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking