33.1 C
Bhubaneswar
Saturday, April 27, 2024
Homeଓଡିଶାବିବାହ କରିବା ନା’ରେ ୪ ଲକ୍ଷ ଠକେଇ

ବିବାହ କରିବା ନା’ରେ ୪ ଲକ୍ଷ ଠକେଇ

ଭୁବନେଶ୍ୱର : ବୟସ ୪୧ ବର୍ଷ । ବିବାହ ପାଇଁ ବୟସ ଗଡ଼ି ଯାଉଥିବାରୁ  ଓଡ଼ିଆ ମାଟ୍ରିମୋନି ଅନ୍‌ଲାଇନ୍ ସାଇଟ୍‌ର ସହାୟତା ନେଇଥିଲେ । ସେଥିରେ ଜଣେ ଯୁବତୀ ତାଙ୍କୁ ବିବାହ କରିବାକୁ କହି ୩ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ଲୁଟ୍‌ର ଶିକାର ହୋଇଥିବା ଯୁବକ କଟକ ଜିଲ୍ଲା ନେମାଳୋ ଥାନା ଗୋପିନାଥପୁର ଗ୍ରାମର ସର୍ବପ୍ରସନ୍ନ ପଣ୍ଡା ଶୁକ୍ରବାର ଭୁବନେଶ୍ୱର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ସେ ବିବାହ କରିବାକୁ ଓଡ଼ିଆ ମାଟ୍ରିମୋନିରେ ନାମ ପଞ୍ଜୀକରଣ କରିଥିଲେ । ସେଥିରେ ଜଣେ ଯୁବତୀ ତାଙ୍କ ନମ୍ବରକୁ ଫୋନ୍ କରିଥିଲେ । ଉକ୍ତ ଯୁବତୀ ଜଣକ ୟୁକେରେ ଡାକ୍ତର ଅଛନ୍ତି ବୋଲି କହିବା ପରେ ସର୍ବପ୍ରସନ୍ନ ଯୁବତୀଙ୍କ ସହ କଥା ହେବାକୁ ଲାଗିଥିଲେ ।

ଏପରିକି ଯୁବତୀ ଜଣକ ବିଦେଶରୁ ଫେରି ତାଙ୍କୁ ବିବାହ କରିବେ ବୋଲି କହିଥିଲେ । ତେବେ ଯୁବତୀ ଜଣକ ସର୍ବପ୍ରସନ୍ନଙ୍କ ବିଶ୍ୱାସ ଜିତିବା ପରେ ତାଙ୍କୁ ଲୁଟିବାକୁ ଚକ୍ରାନ୍ତ କରିଥିଲେ । ସେ ୟୁକେରୁ ତାଙ୍କ ପାଇଁ ଉପହାର ଆକାରରେ ସୁନା ବ୍ରେସ୍‌ଲେଟ୍‌, ସୁନା ଚେନ, ସୁନା ଘଡ଼ି ସହ ୬୦ ଲକ୍ଷ ଟଙ୍କାର ଡଲାର କୋରିଅର ଜରିଆରେ ପଠାଇବା ପାଇଁ ଠିକଣା ମାଗିଥିଲେ । ଏସବୁ ପାଇବା ଆଶାରେ ସର୍ବପ୍ରସନ୍ନ ନିଜ ଘରର ଠିକଣା ଦେଇଥିଲେ । ଠିକଣା ଦେବାର ୨ରୁ ୩ ଦିନ ପରେ ତାଙ୍କୁ ଫୋନ୍ କଲ୍ ଆସିଥିଲା । ଦିଲ୍ଲୀ ଏୟାରପୋର୍ଟରେ ତାଙ୍କ ନାମରେ ଏକ ପାର୍ସଲ୍ ଆସିଛି ବୋଲି ଠକ କହିଥିଲେ । ଠିକଣାରେ ପହଞ୍ଚିବା ପାଇଁ ପ୍ରଥମେ ୩୮ ହଜାର ପରେ ପଞ୍ଜୀକରଣ ପାଇଁ ୯୭ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିବାରୁ ସର୍ବପ୍ରସନ୍ନ ଏକ ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ପଠାଇଥିଲେ । ଏହାପରେ ସେଥିରେ ଥିବା ଡଲାର ୩୭ ଲକ୍ଷ ଟଙ୍କା ହେବ ବୋଲି କହିଥିଲେ ।

ଏହି ଡଲାରକୁ ଭାରତୀୟ ମୁଦ୍ରାରେ ରୂପାନ୍ତର ହେବା ପାଇଁ ୨ ଲକ୍ଷ ୬୦ ହଜାର ଦେବାକୁ ପଡ଼ିବ ବୋଲି ଠକ କହିବାରୁ ପ୍ରସନ୍ନ ଲୋଭରେ ପଡ଼ି ଟଙ୍କା ଦେଇଥିଲେ । ଏହିପରି ସାଇବର ଠକ ବିଭିନ୍ନ ଆଳରେ ସର୍ବମୋଟ୍ ୩ ଲକ୍ଷ ୯୫ ହଜାର ଦେବା ପରେ ବି ଉପହାର ପହଞ୍ଚିବା ପାଇଁ ଆଉ ୫ ଲକ୍ଷ ଟଙ୍କା ମାଗିବାରୁ ସର୍ବପ୍ରସନ୍ନ ଚେତି ଯାଇଥିଲେ । ଏହା ସାଇବର ଠକର କାରାନାମା ବୋଲି ସନ୍ଦେହ ଉପୁଜିବାରୁ ସେ ପୁନର୍ବାର ଟଙ୍କା ପଠାଇନଥିଲେ । ପରେ ଏନେଇ ସେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଏଭଳି ଗିଫ୍ଟ ନାଁରେ ଠକେଇ ବହୁ ପୂର୍ବରୁ ଚାଲିଆସୁଛି । ଯୁବତୀ ଅବା ଯୁବକମାନେ ବିଦେଶର ନାଗରିକ ଭାବେ ନିଜକୁ ପରିଚୟ ଦେଇ ଠକେଇ କରୁଛନ୍ତି । ପୁଲିସ ପକ୍ଷରୁ ଏନେଇ ସଚେଚନ କରାଯାଉଥିଲେ ମଧ୍ୟ ଲୋକେ ଲୋଭରେ ପଡ଼ି ଠକାମୀର ଶିକାର ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking