38.1 C
Bhubaneswar
Friday, April 26, 2024
Homeଅପରାଧରଙ୍ଗମିସ୍ତ୍ରିଙ୍କ ରଙ୍ଗୀନ ରୂପ, ପ୍ରେମିକାକୁ ଜୋର୍‌ଜବରଦସ୍ତ ଦୁଷ୍କର୍ମ

ରଙ୍ଗମିସ୍ତ୍ରିଙ୍କ ରଙ୍ଗୀନ ରୂପ, ପ୍ରେମିକାକୁ ଜୋର୍‌ଜବରଦସ୍ତ ଦୁଷ୍କର୍ମ

ଭୁବନେଶ୍ୱର : ରଙ୍ଗୀନ୍ ମିଜାଜ୍‌ର ଥିଲେ ରଙ୍ଗମିସ୍ତ୍ରି । ପ୍ରେମିକା କଥାକୁ ଖାତିର କରୁନଥିଲେ । ବାରମ୍ବାର ମନା କରିବା ସତ୍ତ୍ୱେ ବି ପ୍ରେମିକାକୁ ଦୁଷ୍କର୍ମ କଲେ । ଆଉ ଶେଷରେ ଜେଲ୍ ଗଲେ । ଶୁକ୍ରବାର ମହିଳା ଥାନା ପୁଲିସ ସମ୍ପୃକ୍ତ ରଙ୍ଗମିସ୍ତ୍ରିକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ରାକେଶ କୁମାର ନାୟକ(୨୭) । ଏନେଇ ପୁଲିସ କେସ୍ ନଂ ୫୧/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ରାକେଶ ରଙ୍ଗମିସ୍ତ୍ରି ଭାବେ କାମ କରେ । ଗତବର୍ଷ ସେ କାକଟପୁର ଅଞ୍ଚଳରେ ରଙ୍ଗ କାମ କରୁଥିଲା । ଏହି ସମୟରେ ଜଣେ ଯୁବତୀଙ୍କୁ ସେ ଭଲପାଇ ବସିଥିଲା । ପରେ ସେ ସମ୍ପୃକ୍ତ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲା । ହେଲେ ଯୁବତୀ ମନା କରିଦେଇଥିଲେ ।

ଏହାପରେ ରାକେଶ ବାରମ୍ବାର ପ୍ରେମ ନିବେଦନ କରିବା ପରେ ଯୁବତୀ ରାଜି ହୋଇଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା । ସମ୍ପର୍କର କିଛି ମାସ ପରେ ରାକେଶ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ପ୍ରସ୍ତାବ ଦେଇଥିଲା । ଏଥିରେ ଯୁବତୀ ରାଜି ହୋଇନଥିଲେ । ଏମିତିକି ବିବାହ ପରେ ରଖିବା ବୋଲି ସେ କହିଥିଲେ । ହେଲେ ରାକେଶ ତାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଆସୁଥିଲା । ଗତ ମାର୍ଚ୍ଚ ମାସରେ ସମ୍ପୃକ୍ତ ଯୁବତୀଙ୍କୁ ରାକେଶ ଏକ ସ୍ଥାନକୁ ଦେଖା ହେବା ପାଇଁ ଡାକିଥିଲା । ପରେ ସେ ଯୁବତୀଙ୍କ ସହ କଥା ହେବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ଯୁବତୀ ଜଣକ ମନା କରିବା ସତ୍ତ୍ୱେ ମଧ୍ୟ ସେ ଜୋର୍ ଜବରଦସ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ଯୁବତୀ ସେଠାରୁ ଖସିଆସି ମହିଳା ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମାତ୍ର ରାକେଶ ଫେରାର୍ ହୋଇଯାଇଥିଲା । ଗତ ଗୁରୁବାର ରାକେଶ ତା’ ଗାଁରେ ଥିବା ପୁଲିସ ଖବର ପାଇଥିଲା । ଏହାପରେ ମହିଳା ଥାନା ପୁଲିସର ଏକ ଟିମ୍ କାକଟପୁରର ପାଟପୁର ଅଞ୍ଚଳକୁ ଯାଇ ରାକେଶକୁ ଗିରଫ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking