28.1 C
Bhubaneswar
Saturday, April 27, 2024
Homeଓଡିଶାଆୟୁଷ୍ମାନ ଭାରତ ଲାଗୁ କରିବାକୁ ନବୀନଙ୍କୁ ପୁଣି ଧର୍ମେନ୍ଦ୍ରଙ୍କ ଅନୁରୋଧ

ଆୟୁଷ୍ମାନ ଭାରତ ଲାଗୁ କରିବାକୁ ନବୀନଙ୍କୁ ପୁଣି ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର : ବର୍ତ୍ତମାନର କରୋନା ପରିସ୍ଥିତିରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି | ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ର ଏକାଧିକ ବାର ଅନୁରୋଧ କରିଛନ୍ତି | କେବଳ ଧର୍ମେନ୍ଦ୍ର ନୁହଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶହ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ବି ନବୀନକୁ ଅନୁରୋଧ କରିସାରିଛନ୍ତି | କିନ୍ତୁ ନବୀନ କାହାରି କଥାକୁ ଶୁଣି ନାହାନ୍ତି | ହେଲେ ଏବେ ସ୍ଥିତି ଭିନ୍ନ | ନବୀନଙ୍କ ମନ ଏଥର ବଦଳୁଛି କି ନାହିଁ ତାହା ଦେଖିବା କଥା |
ଧର୍ମେନ୍ଦ୍ର ଟ୍ୱିଟରେ ଉଲ୍ଲେଖ କରିଛନ୍ତି, “ଓଡ଼ିଶା ସରକାର ତଥା ବିଶେଷ ଭାବରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିନମ୍ର ଅନୁରୋଧ ରାଜ୍ୟରେ ଭାରତ ସରକାରଙ୍କର ଗରୀବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଅନନ୍ୟ ଯୋଜନା ଆୟୁଷ୍ମାନ ଭାରତକୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ତୁରନ୍ତ ଲାଗୁ କରନ୍ତୁ ।
ରାଜ୍ୟବାସୀ ଏକ ବଡ଼ ସଙ୍କଟର ସାମ୍ନା କରୁଛନ୍ତି । କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ତତ୍ପର ।
ଓଡ଼ିଶା ସରକାର ତଥା ବିଶେଷ ଭାବରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିନମ୍ର ଅନୁରୋଧ ରାଜ୍ୟରେ ଭାରତ ସରକାରଙ୍କର ଗରୀବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଅନନ୍ୟ ଯୋଜନା ଆୟୁଷ୍ମାନ ଭାରତକୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ତୁରନ୍ତ ଲାଗୁ କରନ୍ତୁ ।
ଏହି ଘଡିସନ୍ଧି ମୁହୂର୍ତ୍ତରେ ଓଡ଼ିଶାବାସୀ ତଥା ସାରାଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆ ମାନଙ୍କୁ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇବା ଅତ୍ୟନ୍ତ ଜରୁରୀ ।
ସାରା ବିଶ୍ୱ ଓ ଦେଶ ସମେତ ଆମ ରାଜ୍ୟ ଓଡ଼ିଶା କୋରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀ ଆତଙ୍କ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ।”
ଏହା ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିନାହିଁ |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking