32.1 C
Bhubaneswar
Thursday, March 28, 2024
Homeଓଡିଶାକରୋନା ପାଇଁ ନବୀନ ଦେଲେ 'ରାଣ' ...ବାହାରକୁ ଯିବିନି, କରୋନା ଆଣିବିନି

କରୋନା ପାଇଁ ନବୀନ ଦେଲେ 'ରାଣ' …ବାହାରକୁ ଯିବିନି, କରୋନା ଆଣିବିନି

ଭୁବନେଶ୍ୱର : କରୋନା ଭୁତାଣୁ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ପଦକ୍ଷେପ | ଲକଡାଉନ ସତ୍ୱେ କିଛି ଯୁବକ ଓ ବ୍ୟକ୍ତି ରାସ୍ତାରେ ଯାତାୟାତ ହେଉଥିବା ଦେଖାଯାଇଛି | ଏଣୁ ସରକାର ଅତ୍ୟଧିକ କଠୋର ନ ହୋଇ ଲୋକଙ୍କୁ ଅନୁରୋଧ କରିଛନ୍ତି | ଏଥିପାଇଁ ମୁଖମନ୍ତ୍ରୀ ଭିଡ଼ିଓ ଜାରିକରି ରାଣ ଦେଇଛନ୍ତି | କରୋନା ମୁକାବିଲା ପାଇଁ ‘ମୋ ଜୀବନ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ନିଅନ୍ତୁ କି ବାହାରକୁ ଯିବି ନାହିଁ , କରୋନା ଭାଇରସ ଆଣିବି ନାହିଁ ବୋଲି ନବୀନ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି |
ଏହି ଭିଡିଓ ଜରିଆରେ ନବୀନ ରାଜ୍ୟବାସୀଙ୍କୁ କରୋନା ମୁକାବିଲା ପାଇଁ ଘରେ ରହିବାକୁ ନିବେଦନ କରିଛନ୍ତି । ମୋ ଜୀବନ କାର୍ଯ୍ୟକ୍ରମ ଆରମ୍ଭ କରି ସମସ୍ତଙ୍କୁ ପ୍ରତିଜ୍ଞା ନେବାକୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାର ସଦସ୍ୟଙ୍କ ସୁରକ୍ଷା ଦେବା ପାଇଁ ସମସ୍ତେ ଶପଥ କରିବେ । ନିଜ ବ୍ୟବହାର ବଳରେ କରୋନା ଭାଇରସକୁ ଆମେ ମୁକାବିଲା କରିବା ତେଣୁ ବାହାରକୁ ନବାରିବାକୁ ନବୀନ ଅନୁରୋଧ କରିବା ସହ ସବୁଦିନ ଶପଥ ନେବାର ଭିଡିଓ କରି ତାଙ୍କ ସହ ସେୟାର କରିବାକୁ କହିଛନ୍ତି ନବୀନ ।
ରାଜ୍ୟବାସୀଙ୍କୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଏବେ ଚୀନ ଓ ଆମେରିକା ଡେଇଁ ଭାରତରେ ପହଞ୍ଚିଛି। ଆମ ଘର ପାଖରେ କରୋନା ପହଞ୍ଚିଲାଣି। ସତର୍କ ନହେଲେ ଘରକୁ ପଶିଯିବ। ଏଭଳି ସ୍ଥିତିରେ ଆମେ ନିଜ ପିଲାଛୁଆ ଓ ବାପାମାଙ୍କ ନାଁରେ ଶପଥ ନେବା। କହିବା, ମୁଁ ଶପଥ କରି କହୁଛି ଅତି ଜରୁରୀ କାମ ନଥିଲେ ବାହାରକୁ ଯିବିନି। ବାହାରୁ ଆସିଲେ ଭଲଭାବେ ୨୦ ସେକେଣ୍ଡ ହାତ ଧୋଇବି। ଏମିତି ଶପଥ ଦୈନିକ ଘରର ସମସ୍ତେ ନିଅନ୍ତୁ ଓ କାନ୍ଥରେ ଲେଖି ଲଗାନ୍ତୁ। ଶପଥ ଭିଡିଓ ସୋଶାଲ ମିଡିଆରେ ମୋ ପାଖକୁ ପଠାନ୍ତୁ।”

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking