29.1 C
Bhubaneswar
Wednesday, April 24, 2024
Homeକରୋନାଦେଶକୁ ୨୧ ଦିନ ଲକଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ସହଯୋଗ କରିବାକୁ ହାତଯୋଡିଲେ

ଦେଶକୁ ୨୧ ଦିନ ଲକଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ସହଯୋଗ କରିବାକୁ ହାତଯୋଡିଲେ

 
ନୂଆଦିଲ୍ଲୀ: କରୋନା ଭାଇରସ ଯେପରି ଭାବରେ ମାଡି ଚାଲିଛି ତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଡ଼ ଘୋଷଣା କରିଛନ୍ତି । କରୋନାକୁ ନକ ଡାଉନ କରିବା ପାଇଁ ମଙ୍ଗଳବାର ରାତି ୧୨ଟାରୁ ସମଗ୍ର ଦେଶ ଲକ ଡାଉନ ହେବ। ଏହି ଲକ ଡାଉନ ୩ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାର ନାମ ଲକ ଡାଉନ ରଖାଯାଇଥିଲେ ହେଁ, କର୍ଫ୍ୟୁ ସମୟ ଭଳି ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ଜନତା କର୍ଫ୍ୟୁ ଠାରୁ ଏହା ଆହୁରି କଡାକଡି କରାଯିବ |
ନିର୍ଣ୍ଣାୟକ ଲଢେଇ ପାଇଁ ଏହା ଆବଶ୍ୟକ |
କରୋନା ଭାଇରସ ଏତେ ଦ୍ରୁତ ଗତିରେ ବ୍ୟାପୁଛି ଯେ, ସମସ୍ତ ପ୍ରକାର ଚେଷ୍ଟା ସତ୍ୱେ ଅଧିକାଂଶ ଦେଶ ଏହାର ମୁକାବିଲା କରିବାରେ ଅସର୍ମଥ ହେଉଛନ୍ତି । କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ସବୁଠୁ ବଡ ଅସ୍ତ୍ର | ଏଣୁ ନିଜ ଘରେ ହିଁ ବନ୍ଦ ରୁହନ୍ତୁ |
ସାମାଜିକ ଦୂରତ୍ୱ କରୋନା ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ମୋଦି ଏଭଳି ଘୋଷଣା କରିଛନ୍ତି । ୨୧ ଦିନ ସମସ୍ତେ ଲକ ଡାଉନ ଭିତରେ ରହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କହିଛନ୍ତି । ଏହାକୁ ଯଦି କେହି ଅଣଦେଖା କରିବ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚାଇ ଦେଇଛନ୍ତି ।
କିଛି ଲୋକଙ୍କର ବେପରୁଆ ମନୋଭାବ ଦେଶକୁ ସଙ୍କଟ ଆଡକୁ ଠେଲି ଦେଉଛି | ଏଭଳି ଜାରି ରହିଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡିବ |
କରୋନା ଭୁତାଣୁ ଯେଉଁଭଳି ଭାବରେ ମହାମାରୀ ରୂପ ଧାରଣ କରିଛି ସେଥିରେ ଆମେ ଯଦି ୨୧ ଦିନ ଘରେ ନ ରହିବା, ତା’ହେଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ ବୋଲି ମୋଦି ସତର୍କ କରାଇଦେଇଛନ୍ତି । ତେଣୁ କରୋନା ପାଇଁ ଭାରତ ସରକାର ବାଧ୍ୟ ହୋଇ ଆଜି ମଧ୍ୟରାତ୍ରରୁ ସମଗ୍ର ଦେଶକୁ ଲକ ଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଆପଣମାନେ ଘରେ ନ ରହିବେ, ତା’ହେଲେ କିଛି ପରିବାର ସଂପୂର୍ଣ୍ଣ ଲୋପ ପାଇଯିବ। କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଏଭଳି ପଦକ୍ଷେପ ଜରୁରୀ । ଆପଣମାନେ ଦେଶର ଯେଉଁଠି ରହିଛନ୍ତି, ଏବେ ସେଇଠାରେ ହିଁ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ ହାତଯୋଡ଼ି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।
ଆଜି ଯଦି କୌଣସି ବ୍ୟକ୍ତି ଶରୀରରେ କରୋନା ଭାଇରସ ରହିଥାଏ ତେବେ ଏହାର ଲକ୍ଷଣ ଜାଣିବା ପାଇଁ ଅନେକ ଦିନ ସମୟ ଲାଗିଯାଉଛି । ତେଣୁ ଘରୁ ବାହାରକୁ ବାହାରନ୍ତୁ ନାହିଁ । . ଜଣେ ବ୍ୟକ୍ତି ୭ରୁ ୧୦ ଦିନ ମଧ୍ୟରେ ଶହେରୁ ହଜାରେ ଲୋକଙ୍କୁ ସଂକ୍ରମିତ କରିଥାଏ | କରୋନା ଭାଇରସରେ ସଂକ୍ରମିତ ସଂଖ୍ୟା ଏକ ଲକ୍ଷରେ ପହଞ୍ଚିବାକୁ ୬୭ ଦିନ ଲାଗିଥିଲା, କିନ୍ତୁ ମାତ୍ର ୧୧ ଦିନ ମଧ୍ୟରେ ଆଉ ୧ ଲକ୍ଷ ନୂଆ ଲୋକ ସଂକ୍ରମିତ ହେଲେ । ସେହିଭଳି ୨ରୁ ୩ ଲକ୍ଷ ସଂକ୍ରମିତ ହେବାକୁ ମାତ୍ର ୪ ଦିନ ସମୟ ଲାଗିଛି । ଏହା ଥରେ ବ୍ୟାପିଲେ ଏହାକୁ ରୋକିବା ଅସମ୍ଭବ ହୋଇପଡୁଛି | ଇଟାଲି ଓ ଆମେରିକାରେ ସ୍ୱାସ୍ଥ୍ୟସେବା, ହସ୍ପିଟାଲ ପୂରା ବିଶ୍ୱରେ ପ୍ରସିଦ୍ଧ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ କରୋନା ବ୍ୟାପିବାରୁ ଏମାନେ ରୋକିପାରୁ ନାହାନ୍ତି ।
କରନା ମୁକାବିଲା ପାଇଁ ୧୫ ହଜାରେ କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଦେଶବାସୀଙ୍କ ପାଇଁ ଘୋଷଣା କରିଛନ୍ତି | ଏହି ରୋଗର ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ | କରୋନା ଶୃଙ୍ଖଳକୁ ଭାଙ୍ଗିବାକୁ ଆମକୁ ଏମିତି କରିବାକୁ ପଡିବ | ଆଜିର ଘୋଷଣା ଆପଣଙ୍କ ପାଇଁ ଲକ୍ଷ୍ମଣରେଖା ବୋଲି ମୋଦି କହିଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking