29.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗସିବିଆଇ ବିଜେପିର କଣ୍ଢେଇ – ତାରା

ସିବିଆଇ ବିଜେପିର କଣ୍ଢେଇ – ତାରା

ଭୁବନେଶ୍ୱର : ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ନେଇ କଂଗ୍ରେସର ପ୍ରତିକ୍ରିୟା । ୭ ବର୍ଷ ହେଲା ସିବିଆଇ କେଉଁଠି ଥିଲା ବୋଲି ତାରା ବାହିନୀପତି ପ୍ରଶ୍ନ କରିଛନ୍ତି । ସିବିଆଇ ବିଜେପିର କଣ୍ଢେଇ, ଇନକ୍ୱାରୀ, ରେଡସବୁ ଲୋକ ଦେଖାଣିଆ ଚାଲିଛି । ରେଡ ହେଉ, କିନ୍ତୁ ନବୀନ ନିବାସର ଅଫିସରଙ୍କୁ କାହିଁକି ରେଡ କରାଯାଉନାହିଁ ବୋଲି ତାରା ପ୍ରଶ୍ନ କରିଛନ୍ତି । ରେଡ୍‌କୁ ମନା ନାହିଁ, ରାଜ୍ୟ ସରକାରଙ୍କ ଉପରେ ବି ତଦନ୍ତ ହେବା ଦରକାର । ବିଜେପି, ବିଜେଡି ଗୋଟିଏ । ନିର୍ବାଚନ ବେଳେ ଅଲଗା ଦେଖେଇ ହୁଅନ୍ତି । ଏବେ କେବପଳ ଚିଟଫଣ୍ଡ ରାଜନୀତି ହେଉଛି, ଏଥିରେ କିଛି ଫାଇଦା ନାହିଁ ।

ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ ନେଇ ବିଜେପି ନେତା ପୃଥ୍ୱୀରାଜ ପ୍ରତିକ୍ରିୟା ରଖିଛନ୍ତି । ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ, ବରଂ ଏହା ଏକ ସ୍ୱାଧୀନ ସଂସ୍ଥା ଅଟେ । କେବଳ ଦେବୀ ମିଶ୍ର ନୁହନ୍ତି, ବହୁ ନେତା, ଅଫିସର ଏଥିରେ ସଂପୃକ୍ତ ଅଛନ୍ତି । ଚିଟ୍ ଫଣ୍ଡ ସ୍କାମରେ ସଂପୃକ୍ତ ଥିବା ସମସ୍ତ ବ୍ୟକ୍ତି ଦଣ୍ଡ ପାଇବେ । ବିଜେଡି ସିବିଆଇକୁ ଏତେ ଭୟ କରିବାର କାରଣ କଣ ବୋଲି ପୃଥ୍ୱୀରାଜ ହରିଚନ୍ଦନ ପଚାରିଛନ୍ତି । ସିବିଆଇ ଏକ ସ୍ୱାଧୀନ ସଂସ୍ଥା, କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ , ତାହା ସେମାନଙ୍କ ନିଷ୍ପତ୍ତି ଅଟେ । ସିବିଆଇ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ କାମ କରୁଛି । ତଦନ୍ତ ନିଷ୍କର୍ଷରେ ପହଁଚିବା ଆଶା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking