32.1 C
Bhubaneswar
Friday, April 26, 2024
Homeଓଡିଶାପୌରପାଳିକାରେ କରୋନା ସଚେତନତା ପଦଯାତ୍ରା

ପୌରପାଳିକାରେ କରୋନା ସଚେତନତା ପଦଯାତ୍ରା

ଯାଜପୁର : ଯାଜପୁର ବିଜୁ ଜନତା ଦଳ ପକ୍ଷରୁ ଯାଜପୁର ପୌରପାଳିକାରେ କରୋନା ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି । ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ ଗାନ୍ଧୀ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଏହି ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଯାଜପୁର ପୌରପାଳିକାର ଘରଘର ବୁଲି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନତା କରି ସହରରୁ କରୋନା ସଂକ୍ରମଣକୁ ଲୋପ କରିବା ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ । ଏହି ଅବସରରେ ଲୋକମାନଙ୍କୁ ମାସ୍କ ଏବଂ ସାନିଟାଇଜର ମଧ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରପାଳିକାର ବରିଷ୍ଠ ବିଜେଡି ନେତା ମାନେ ସାମିଲ ହୋଇ ୱାର୍ଡ ସ୍ତରୀୟ କମିଟି ଗଠନ କରି ଜନସାଧାରଣଙ୍କୁ ସଚେତନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking