43.9 C
Bhubaneswar
Friday, April 19, 2024
Homeଓଡିଶାଜାଭିଅର୍ସ ହାଇସ୍କୁଲରେ ନାମଲେଖା ଓ ପରୀକ୍ଷା ଫର୍ମ ପୂରଣରେ ଅନିୟମିତତା

ଜାଭିଅର୍ସ ହାଇସ୍କୁଲରେ ନାମଲେଖା ଓ ପରୀକ୍ଷା ଫର୍ମ ପୂରଣରେ ଅନିୟମିତତା

ଯାଜପୁର : ଯାଜପୁର ବ୍ୟାସନଗର ପୌରାଞ୍ଚଳର ଲକ୍ଷ୍ମୀନଗର ସ୍ଥିତ ସେଣ୍ଟ ଜାଭିଅର୍ସ ହାଇସ୍କୁଲରେ ନାମଲେଖା ଓ ପରୀକ୍ଷା ଫର୍ମ ପୂରଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ବ୍ୟାସନଗର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଏହି ହାଇସ୍ଲୁଲରେ ନାମଲେଖା, ରିଆଡିମିସିଅନ୍ ଓ ପରୀକ୍ଷା ଫି ଆଦି ଆଦାୟରେ ଅନିୟମିତତା ହେଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ ଏବେ ସିବିଏସଇର ମ୍ୟାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଚାଲିଥିବା ବେଳେ କୋଭିଡ୍ ସମୟରେ ସିବିଏସଇର ଗାଇଡ୍ ଲାଇନକୁ ଉଲଂଘନ କରି ବେଆଇନ୍ ଭାବରେ ଅଧିକ ଅର୍ଥ ଆଦାୟ କରାଯାଉଛି । ସିବିଏସଇ ଗାଇଡ୍ ଲାଇନରେ ଫର୍ମ ପୂରଣ ପାଇଁ 1800 ଟଙ୍କା ଦେବାକୁ ନିୟମ ଥିବା ବେଳେ ପ୍ରତ୍ୟେକ ଅଭଭାବକଙ୍କ ଠାରୁ 2600ଟଙ୍କା ଲେଖାଏଁ ଆଦାୟ କରାଯାଉଛି । ଏପରିକି ଏହି ଅର୍ଥର ମନି ରିସିପ୍ଟ ମଧ୍ୟ ଦିଆଯାଉନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଏଥିପାଇଁ ଲୋକଙ୍କ ଉପରେ ଜୋରଜୁଲମ୍ କରାଯାଉଥିବା ଦର୍ଶାଇଛନ୍ତି । ବହି କ୍ରୟ, ପୋଷାକ କ୍ରୟ ଠାରୁ ଆରମ୍ଭ କରି ନାମଲେଖା ଏବଂ ପରୀକ୍ଷା ଫିସ୍ ଆଦାୟରେ ମଧ୍ୟ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି । ଏକ ଘରୋଇ ସ୍କୁଲରେ ଛାତ୍ର ଅଭିଭାବକ ମାନଙ୍କୁ ମନଇଚ୍ଛା ଶୋଷଣ କରାଯାଉଥିବା ପ୍ରତିବାଦରେ ଅଭିଭାବକମାନେ ଆଜି ସାମ୍ବାଦିକ ସମ୍ମିଳନୀରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ତୁରନ୍ତ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଏବଂ ସିବିଏସଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଭାବକ ମାନେ ଦାବୀ ଜଣାଇଛନ୍ତି । ଏହି ସ୍କୁଲର କର୍ତୁପକ୍ଷ ସରକାରଙ୍କ ଶିକ୍ଷା ଆଇନକୁ ଫୁ କରି ବେଆଇନ ଭାବର କାଯ୍ୟ କରି ଅଭିଭାଙ୍କୁ ଶୋଷଣ କରୁଛନ୍ତି ଏ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ବ୍ୟାସନଗରର ତହସିଲଦାର ଓ ଯାଜପୁର ରୋଡ ଥାନା ଅଧିକାରୀଙ୍କୁ ଏହି ସ୍କୁଲର ମନମୁଖୀ କାର୍ଯ୍ୟକାରୀ ବିଷୟରେ ଅବଗତ କରିଚନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking