35.1 C
Bhubaneswar
Wednesday, May 8, 2024
Homeଓଡିଶାଯାତ୍ରୀ ଅଭାବରୁ ଆଶଙ୍କାରେ ବସ ମାଲିକ

ଯାତ୍ରୀ ଅଭାବରୁ ଆଶଙ୍କାରେ ବସ ମାଲିକ

ସମ୍ବଲପୁର : ଲକଡାଉନ କୋହଳ ହେବାପରେ ଗ୍ରୀନଜୋନରେ ଘରୋଇ ବସ ଚଳାଚଳ ପାଇଁ ସରକାର ଅନୁମତି ଦେଇଥିଲେ । ଏହି ପରିପରିକ୍ଷିରେ ସମ୍ବଲପୁର ସହିତ ପଶ୍ଚିମ ଓଡ଼ିଶାର ଗ୍ରୀନଜୋନରେ ଥିବା ଅଂଚଳ ଗୁଡ଼ିକରୁ ଘରୋଇ ବସ ଗଡ଼ିବା ଆରମ୍ଭ ହୋଇଥିଲା । ମାତ୍ର ଆବଶ୍ୟକ ସଂଖ୍ୟକ ଯାତ୍ରୀଙ୍କ ଅଭାବ ହେତୁ ବାସ ମାଲିକମାନେ କ୍ଷତିଗ୍ରସ୍ତ ହ୍ୱୋ ଆଶଙ୍କାରେ ଚିନ୍ତିତ ହୋଇପଡିଛନ୍ତି । ରାଜ୍ୟର ପଶ୍ଚିମାଞ୍ଚଳର ଜିଲ୍ଲା ମାନଙ୍କରେ କରୋନା ପରିସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ ପରେ ଏହି ଅଞ୍ଚଳଗୁଡିକୁ ସରକାର ଗ୍ରୀନଜୋନ ଘୋଷଣା କଲେ । ଏହା ସହିତ ରାଜ୍ୟର ଗ୍ରୀନଜୋନ ଅଂଚଳରେ ଘରୋଇ ବସ ପରିବହନ ସ୍ୱୋ ଆରମ୍ଭ କରିବାକୁ ଅନୁମତି ଦେଇଥିଲେ । ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ ଏହି ସେବା ଆରମ୍ଭ ହୋଇଥିଲା । ମାତ୍ର ଅଳ୍ପ କେତେଜଣ ଘରୋଇ ବସ ମାଲିକ ସମ୍ବଲପୁରରୁ ଯାତ୍ରୀଙ୍କ ଆବଶ୍ୟକତା ଦୃଷ୍ଟି କୋଣରୁ ଅତି ଜରୁରୀ ଥିବା ସ୍ଥାନମାନଙ୍କୁ ବସ ଚଳାଚଳ ଆରମ୍ଭ କରିଥିଲେ । ସମଗ୍ର ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ବସଷ୍ଟାଣ୍ଡ ସମ୍ବଲପୁରରୁ ମାତ୍ର ୫୨ ଟି ବସ ଗଡ଼ିବା ଆରମ୍ଭ କରିଥିଲା । ସାଧାରଣତଃ ଏଠାରୁ ପ୍ରତ୍ୟହ ୩୫୦ ରୁ ଅଧିକ ବସ କରିଥାଏ । ମାତ୍ର ମହାମାରୀ କରୋନା ପାଇଁ ଦୀର୍ଘ ତିନିମାସ ଧରି ବସ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ପଡିଥିବା ବେଳେ ବର୍ତମାନ ପରିସ୍ଥିତି ସାମାନ୍ୟ ସୁଧୁରିବ ପରେ ଏଠାରେ ବସ ପରିବହନ ସେବା ଆରମ୍ଭ ହୋଇଛି, ସତ ମାତ୍ର ଆବଶ୍ୟକ ପରିମାଣର ଯାତ୍ରୀଙ୍କ ଅଭାବ ଦେଖିବାକୁ ମିଳିଛି । ଫଳରେ ବସ ମାଲିକଙ୍କ ପାଇଁ ବସ ଚଳାଇବା କଷ୍ଟକର ହୋଇପଡିଛି । ଯଥେଷ୍ଟ ଯାତ୍ରୀ ହେଉନଥିବାରୁ ବର୍ତମାନ ଏଠାରୁ ଚଳାଚଳ ଆରମ୍ଭ କରିଥିବା ଉକ୍ତ ୫୨ ଟି ବସ ମଧ୍ୟ ବନ୍ଦ ହୋଇଯିବାର ଆଶଙ୍କା ଦେଖା ଦେଇଛି । ବସ ମାଲିକଙ୍କ କହିବା ଅନୁଯାଇ ଯାତ୍ରୀ ଶଂକଟ ହେତୁ ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ବସରେ ତେଲ ଭରିବା ପାଇଁ ଖର୍ଚ ମଧ୍ୟ ବାହାରି ପାରୁନାହିଁ । ଏଭଳି ପରିସ୍ଥିତିରେ ବସ ଚଳାଚଳ ବନ୍ଦ ଥିବା ସମୟରେ ଫେରାଇ ଦିଆ ଯାଇଥିବା ପାରମିଟ ଗୁଡ଼ିକୁ ପୁଣିଥରେ ଆଣି ବସ ଚଳାଇବାକୁ ମାଲିକମାନେ ଆଦୌ ଇଛା ପ୍ରକାଶ କରୁନାହାନ୍ତି । ଏପ୍ରକାର ଦୟନୀୟ ପରିସ୍ଥିତି ସତ୍ୱେ ଘରୋଇ ବସରେ କାର୍ଯ୍ୟରତ କର୍ମଚାରୀ ଓ ଏହା ଉପରେ ନିର୍ଭର କରୁଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର କୌଣସି ପ୍ରକାର ପ୍ୟାକେଜ ଘୋଷଣା ନକରିବା ଦୁର୍ଭାଗ୍ୟଜନକ ବୋଲି ବସ ମାଲିକମାନେ ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି । ତେଣୁ ଅବିଳମ୍ବେ ସରକାର ଘରୋଇ ବସ ମାଲିକଙ୍କ ସହ କର୍ମଚାରୀ ଓ ଶ୍ରମିକଙ୍କ ପାଇଁ କିଛି ସହାୟତା ପାକେଜ ଘୋଷଣା କରି ସେମାଙ୍କୁ ଏହି ଦୂରଦିନରୁ ଉଦ୍ଧାର କରିବାକୁ ମାଲିକମାନେ ସରକାରଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking