28.1 C
Bhubaneswar
Saturday, April 27, 2024
Homeଓଡିଶାଭଡ଼ା ମାଗିବାରୁ ବସ୍ କଣ୍ଡକ୍ଟରଙ୍କୁ ମାଡ଼

ଭଡ଼ା ମାଗିବାରୁ ବସ୍ କଣ୍ଡକ୍ଟରଙ୍କୁ ମାଡ଼

କେନ୍ଦୁଝର: ବସ୍ ଭଡ଼ା ମାଗିବାରୁ ଜଣେ ବସ୍ କଣ୍ଡକ୍ଟରକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଘଟଣା ଯୋଡ଼ା ବସଷ୍ଟାଣ୍ଡରେ ଚର୍ଚ୍ଚାର ବିଷୟ ପାଲଟିଛି । ଚମ୍ପୁଆରୁ ବଡ଼ବିଲ ଯାତାୟାତ କରୁଥିବା ଚକାନୟନ ବସର କଣ୍ଡକ୍ଟର ସନତ କୁମାର ସାହୁଙ୍କୁ ବୁଧବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଛି ।
ସୂଚନା ଅନୁଯାୟୀ, ତିନିଜଣ ଯାତ୍ରୀ ଚମ୍ପୁଆରୁ ଯୋଡ଼ା ଆସିଥିଲେ । ସେମାନଙ୍କ ପାଖରେ ବସ୍ ଭଡ଼ା ନଥିବାରୁ ସେମାନେ ଯୋଡ଼ା ବସ୍ ଷ୍ଟାଣ୍ଡରେ ପହଞ୍ଚି ଭଡ଼ା ଦେବେ ବୋଲି କଣ୍ଡକ୍ଟରଙ୍କୁ କହିଥିଲେ । ତେବେ ବସଷ୍ଟାଣ୍ଡରେ ପହଞ୍ଚିବା ପରେ କଣ୍ଡକ୍ଟର ଭଡ଼ା ମାଗିବାରୁ ତିନିଜଣ ଯାକ ଯାତ୍ରୀ ମିଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ଆଦାୟ ହୋଇଥିବା ବସ୍ ଭଡ଼ା କଣ୍ଡକ୍ଟର ପାଖରୁ ଛଡ଼ାଇ ନେଇଥିଲେ । ଏହି ଘଟଣାରେ କଣ୍ଡକ୍ଟର ସନତଙ୍କର ବାମ ହାତ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଏ ନେଇ ସେ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବସଷ୍ଟାଣ୍ଡରେ ଅଧିକାଂଶ ସମୟରେ କୌଣସି ପୁଲିସ କର୍ମଚାରି ରହୁନଥିବାରୁ ଏହି ଅଞ୍ଚଳ ବିଭିନ୍ନ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏଥିପାଇଁ ବସଷ୍ଟାଣ୍ଡରେ ପୁଲିସ ମୁତୟନ ନିମନ୍ତେ ସାଧାରଣରେ ଦାବି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking