29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକଡାକଡି ହେବ ସୋସିଆଲ ମିଡିଆ

କଡାକଡି ହେବ ସୋସିଆଲ ମିଡିଆ

ନୂଆଦିଲ୍ଲୀ: କଡାକଡି ହେବ ସୋସିଆଲ ମିଡିଆ । ଫେକ ଆଇଡି ଉପରେ ଲାଗିବ ରୋକ । ଆଜି କାଲି ଯୁବପିଢି ମାନେ ବେଶୀକରି ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି । ବେଶୀକରି ୱାଟସଅପ,ଫେସବୁକ,ଇନଷ୍ଟାଗ୍ରାମ ଆଦିରେ ସକ୍ରିୟ ରହୁଛନ୍ତି । ଏବଂ ଏଥିରେ ବହୁତ ନକଲି ଆଇଡି ମଧ୍ୟ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି । ସେଥିପାଇଁ ଆଗକୁ କଡାକଡି ହେବାକୁ ଯାଉଛି ସୋସିଆଲ ମିଡିଆ ।
ସୋସିଆଲ ମିଡିଆ ଉପରେ ରୋକ୍ ଲଗାଇବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଏନେଇ ଆସୁଛି ଏକ ନୂଆ ଆଇନ୍ । ଏହି ଆଇନ୍ ଅନୁଯାୟୀ ଖୁବ୍ ଶିଘ୍ର ସୋସିଆଲ ମିଡିଆ ଆପର ବ୍ୟବହାର କରୁଥିବା କୋଟି କୋଟି ଉପଭୋକ୍ତାକୁ ନିଜ ନିଜର ଭେରିଫିକେଶନ କରିବକୁ ପଡିପାରେ । ସରକାର ଏଥିପାଇଁ ସଂସଦର ଚାଲୁଥିବା ଅଧିବେଶନରେ ଏହି ନୂଆ ବିଧେୟକ ଉପସ୍ଥାପନ କରିପାରନ୍ତି ।
ଏହି ବିଲ୍ ପାସ୍ ହେବା ପରେ ଓ୍ୱାଟସଆପ, ଫେସବୁକ୍, ଇନଷ୍ଟାଗ୍ରାମ, ଟିକଟକ୍ ପରି ଆପର ବ୍ୟବହାର କରିବା ପୂର୍ବରୁ ବ୍ୟବହାରକାରୀଙ୍କୁ ପ୍ରଥମେ ଭେରିଫିକେଶନ କରିବାକୁ ପଡିବ । ଭୁଲ ଖବର ଓ ଫେକ୍ ଆଇଡି ଉପରେ ଲଗାମ ଲଗାଇବା ପାଇଁ ଏହି ନୂଆ ବିଧେୟକ ଆସୁଛି । ଏଥିପାଇଁ କମ୍ପାନୀମାନଙ୍କୁ ଏକ ମେକାନିଜିମ୍ ପ୍ରସ୍ତୁତ କରିବାକୁ ପଡିବ । ସେଥିରେ ଏହି ଭେରିଫିକେଶନ ବ୍ୟବସ୍ଥାକୁ କମ୍ପାନୀଗୁଡିକ ପବ୍ଲିକରେ ଦେଖାଇବାକୁ ମଧ୍ୟ ପଡିବ ଯେପରି ଟୁଇଟରେ ହେଉଛି ।
ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଏଥର ଭେରିଫିକେଶନ ଫର୍ମ ଭରିବାକୁ ପଡିବ । ଏଥିପାଇଁ ପ୍ୟାନ କାର୍ଡ, ଆଧାର କାର୍ଡ, ଭୋଟର ଆଇଡି କାର୍ଡ ଅଥବା ପାସପୋର୍ଟ ପରି ସରକାରୀ ଡକ୍ୟୁମେଣ୍ଟ ଦେଇ ସୋସିଆଲ ମିଡିଆରେ ଏକାଉଣ୍ଟ ଖୋଲିବେ ବ୍ୟବହାରକାରୀ । ଯାହାଦ୍ୱାରା ସୋସିଆଲ ମିଡିଆରେ ଚାଲୁଥିବା ଫେକ ଆକାଉଣ୍ଟକୁ ହଟାଇବା ଓ ଏହି ଫେକ୍ ଲୋକଙ୍କ ପରିଚୟ ମିଳିବାରେ ସହଜ ହେବ ସରକାରଙ୍କୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking