32.1 C
Bhubaneswar
Friday, April 26, 2024
Homeଓଡିଶାଟେଣ୍ଡର ପାଇଁ ଆହ୍ୱାନ ଦେଲା ବିଏସ୍‌ସିଏଲ୍ : ୭ ସ୍ଥାନରେ ଇ-ଯାନ ଚାର୍ଜି ପଏଣ୍ଟ

ଟେଣ୍ଡର ପାଇଁ ଆହ୍ୱାନ ଦେଲା ବିଏସ୍‌ସିଏଲ୍ : ୭ ସ୍ଥାନରେ ଇ-ଯାନ ଚାର୍ଜି ପଏଣ୍ଟ

ଭୁବନେଶ୍ୱର: ରାଜଧାନୀ ରାସ୍ତା ହେବ ସ୍ମାର୍ଟ ରାସ୍ତା । ଜନସାଧାରଣଙ୍କୁ ମିଳିବ ଇ-ଯାନ ଚାର୍ଜିଂ ପଏଣ୍ଟ । ପ୍ରଦୂଷଣ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଇ-ଯାନ ଚଳାଚଳ କରିବାକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ସହରର ୭ ସ୍ଥାନରେ ଇ-ଯାନ ଚାର୍ଜିଂ ପଏଣ୍ଟ ରଖାଯିବ । ମୋଟ ୭ ସ୍ଥାନରେ ୨୮ଟି ଚାର୍ଜି ପଏଣ୍ଟ ରହିବ ବୋଲି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ପ୍ରକାଶ ପାଇଛି । ଏଥିପାଇଁ ଆବଶ୍ୟକ ପଡୁଥିବା ଚାର୍ଜିଂ ଷ୍ଟେସନ୍ ଖୁବ୍‌ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍‌) ଅଣ୍ଟା ଭିଡିଛି । ପୂର୍ବରୁ ଏ ସମ୍ପର୍କରେ ବିଚାରବିମର୍ଷ ହୋଇଥିବାବେଳେ ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ନେଇ ଟେଣ୍ଡର ଆହ୍ୱାନ କରାଯାଇଛି । ୩ ମାସ ଭିତରେ ଚାର୍ଜିଂ ଷ୍ଟେସନ୍ କାର୍ଯ୍ୟକ୍ଷମ କରିବାକୁ ପଡ଼ିବ ବୋଲି ଏଥିରେ ସର୍ତ୍ତ ରହିଛି । ସୂଚନା ମୂତାବକ, ସହରର ଏକାଧିକ ସ୍ଥାନରେ ଇ-ଯାନ ଚାର୍ଜିଂ ସେଣ୍ଟର ଖୋଲିବ ।

ଲୋକେ ଏଠାକୁ ଯାଇ ନିଜ ଇଲେକ୍ଟ୍ରିକ୍ ଗାଡ଼ିକୁ ଜନସାଧାରଣ ଚାର୍ଜ କରିପାରିବେ । ଚାର୍ଜିଂ ଷ୍ଟେସନରେ ଦୁଇ ପ୍ରକାରର ଚାର୍ଜିଂ ସୁବିଧା ରହିବ । ଉଭୟ ଦ୍ରୁତ୍ ଚାର୍ଜିଂ (ଫାଷ୍ଟ୍‌) ଓ ଧୀମା ଚାର୍ଜିଂ(ସ୍ଲୋ) ଚାର୍ଜର ରହିବ । ଫାଷ୍ଟ୍ ଚାର୍ଜିଂ ଷ୍ଟେସନରେ ଦୁଇ ଘଣ୍ଟା ଭିତରେ ଗାଡି ଚାର୍ଜ ହୋଇଯିବ । ଏଠାରେ ଚାର୍ଜିଂ ମୂଲ୍ୟ ଅପେକ୍ଷାକୃତ ଅଧିକ ରହିବ । ସ୍ଲୋ ଚାର୍ଜିଂ ଷ୍ଟେସନ୍‌ରେ ଚାର୍ଜିଂ ମୂଲ୍ୟ ବହୁତ କମ୍ ରହିବାକୁ ଥିବବେଳେ ଗାଡ଼ି ଚାର୍ଜ ହେବାକୁ ମଧ୍ୟ ସମୟ ନେବ । ସିଆରପି ପାଖ କ୍ରିଷ୍ଣା ପ୍ଲାଜା ଛକରେ ଗୋଟିଏ ସ୍ଲୋ ଚାର୍ଜିଂ ଷ୍ଟେସନ୍ ହେବ । ଏଠାରେ ୧୦ କିଲୋୱାଟ୍ କ୍ଷମତାର ୩ଟି ଇଲେକ୍ଟ୍ରିକ୍ ଚାର୍ଜର ଲାଗିବ । ସେହିପରି ପାତ୍ରପଡା ଡିଏନ୍ ରେଗାଲିଆରେ ୩ଟି ସ୍ଲୋ ଇଭି ଚାର୍ଜର ଓ ରସୁଲଗଡରେ ୩ଟି ସ୍ଲୋ ଇଭି ଚାର୍ଜର ରହିବ । ସମ୍ ହସ୍ପିଟାଲ ପାଖରେ ୧୫କିଲୋୱାଟ କ୍ଷମତାର ୫ଟି ସ୍ଲୋ ଇଭି ଚାର୍ଜର ଓ କିଟ୍ ଅଞ୍ଚଳରେ ୫ଟି ସ୍ଲୋ ଇଭି ଚାର୍ଜର ରହିବ । କିଟ୍ ଅଞ୍ଚଳରେ ଦୁଇଟି ଫାଷ୍ଟ୍ ଇଭି ଚାର୍ଜର ବି ରହିବ ।

ରସୁଲଗଡ ଏସପ୍ଲାନେଡ୍‌ରେ ୩ଟି ଫାଷ୍ଟ ଚାର୍ଜିଂ ଷ୍ଟେସନ ରଖାଯିିବ । ଏଠାରେ ୬ଟି ଫାଷ୍ଟ୍ ଚାର୍ଜର ସୁବିଧା ରହିବ । ସହରର ୭ଟି ସ୍ଥାନରେ ମୋଟ ୨୮ଟି ଇଭି ଚାର୍ଜର ଲାଗିବ । ତେବେ ଟେଣ୍ଡର ନେଉଥିବା ସଂସ୍ଥା ଏହି ଚାର୍ଜିଂ ଷ୍ଟେସନ୍ ଲଗାଇବାଠାରୁ ନେଇ ତାର ଡିଜାଇନ୍‌, ଅପରେସନ୍ ଓ ଏହାକୁ ପରିଚାଳନା ଦାୟିତ୍ୱ ବୁଝିବ । ସର୍ତ୍ତ ମୂତବାକ, ୧୦ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବାକୁ ହେବ । ଚାର୍ଜିଂ ଷ୍ଟେସନ୍‌ରୁ ଆଦାୟ ହେଉଥିବା ଅର୍ଥରୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌କୁ ମଧ୍ୟ କିଛି ଅଂଶ ଦେବାକୁ ହେବ । ଟେଣ୍ଡର ପରେ ଏହି ଅଂଶ ଚୂଡାନ୍ତ ହେବ । ଭୁବନେଶ୍ୱରରେ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ବିଏସସିଏଲ୍ ସିଇଓ ତଥା ବିଏମ୍‌ସି କମିଶନର ସଞ୍ଜୟ ସିଂ ପ୍ରୟାସ ଆରମ୍ଭ କରଥିଲେ । ଗତ କିଛି ଦିନ ତଳେ ଚାର୍ଜିଂ ଷ୍ଟେସନ ପାଇଁ ପ୍ରମୁଖ ଇ-ଯାନ ଚାର୍ଜିଂ ଓ ଇ-ଯାନ ନିର୍ମାତା କମ୍ପାନୀର ପ୍ରତିନିଧିଙ୍କୁ ନେଇ ଏକ ଆଲୋଚନା ହୋଇଥିଲା । ଏଥିରେ ଇଭି ଚାର୍ଜିଂ ଇନଫ୍ରାଷ୍ଟ୍ରକଚରର ଜିଏମ୍‌, ଏନର୍ଜି ଏଫିସିଏନ୍ସି ସର୍ଭିସ୍ ଲିମିଟେଡ୍‌, ଟାଟା ପାୱାର କମ୍ପାନୀ ଲିମିଟେଡ୍ ପ୍ରତିନିଧି, ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗରଅଧିକାରୀ, ଟିପିସିଓଡିଏଲ୍ ପ୍ରତିନିଧି, ରାଜ୍ୟ ସରକାରଙ୍କ ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking