32.1 C
Bhubaneswar
Friday, April 26, 2024
Homeଓଡିଶା୨୭ଲକ୍ଷର ବ୍ରାଉନ୍‌ସୁଗର୍ ଜବତ, ୩ ଗିରଫ

୨୭ଲକ୍ଷର ବ୍ରାଉନ୍‌ସୁଗର୍ ଜବତ, ୩ ଗିରଫ

କଟକ: ୧୫ଦିନ ତଳେ ମାତୃଭବନ ନିକଟରୁ ମଧୁପାଟଣା ପୁଲିସ ୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିବା ସହିତ ୩ଜଣଙ୍କୁ ଗିରଫ କରିଥିବାବେଳେ ଦରଘାବଜାର ପୁଲିସ ବୁଧବାର ପ୍ରାୟ ୨୭ଲକ୍ଷ ଟଙ୍କାର ଧଳାଜହର ଜବତ କରିଛି । ଏହି ଘଟଣାରେ କମିଶନରେଟ୍ ପୁଲିସ ୩ ଜଣ ନିଶା ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଜଗନ୍ନାଥପୁରର ବାପି ନାୟକ(୨୭), ନିଆଳୀ ଥାନା ଦିଘିର ଗୋପୀନାଥ ପାତ୍ର(୩୭) ଓ ବିବେକାନନ୍ଦ ଜେନା(୩୦) ।

ଏମାନଙ୍କଠାରୁ ପୁଲିସ ଗୋଟିଏ ବାଇକ୍‌, ସ୍କୁଟି, ନଗଦ ୧ଲକ୍ଷ ୨୦ହଜାର ଟଙ୍କା ଓ ୪ଟି ମୋବାଇଲ୍ ଫୋନ୍ ଜବତ କରିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୮ଟାବେଳେ ୩ଜଣ ନିଶା ବେପାରୀ ପୁରୁଣା ଜେଲ୍ ପଡ଼ିଆ ନିକଟରେ ସ୍ଥାନୀୟ ଅଞ୍ଚଳର କେତେକ ଖୁଚୁରା ବ୍ୟବସାୟୀଙ୍କୁ ବ୍ରାଉନ୍‌ସୁଗର୍ ଯୋଗାଇବା ପାଇଁ ଏକାଠି ହୋଇଥିଲେ । ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦରଘାବଜାର ଆଇଆଇସି ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶ ମତେ ଏସ୍‌ଆଇ ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରି ସମ୍ପୃକ୍ତ ୩ ନିଶା ବେପାରୀଙ୍କୁ ଧରିଥିଲା ।

ଯାଞ୍ଚ୍ କରିବାରୁ ସେମାନଙ୍କଠାରୁ ୫ଟି ବ୍ରାଉନସୁଗର୍ ପ୍ୟାକେଟ୍ ସହ ନଗଦ ଟଙ୍କା ମିଳିଥିଲା । ଜବତ ବ୍ରାଉନସୁଗର୍‌ର ଓଜନ ୨୬୮ ଗ୍ରାମ୍ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ୮୦ ହଜାର ଟଙ୍କା ହେବ । ଅଭିଯୁକ୍ତମାନେ ବାଲେଶ୍ୱରର ଜଳେଶ୍ୱରରୁ ବ୍ରାଉନ୍‌ସୁଗର୍ ଆଣି କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଜଗତସିଂହପୁର ଆଦି ଅଞ୍ଚଳକୁ ପଠାଉଥିଲେ ବୋଲି ସ୍ୱୀକାର କରିଛନ୍ତି । ପୁଲିସ ଏନେଇ ଏକ ମାମଲା(ନଂ.୭୪/୨୧, ଧାରା ଏନ୍‌ଡିପିଏସ୍ ଆକ୍ଟ ୨୧ସି)ରୁଜୁ କରିଥିଲାବେଳେ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରିଛି । ଅନ୍ୟପକ୍ଷରେ ଗତ ପନ୍ଦର ଦିନ ମଧ୍ୟରେ କମିଶନ୍‌ରେଟ ପୁଲିସ କଟକରୁ ପାଖାପାଖି ୩୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଛି । ଆଗକୁ ଏହି ଅଭିଯାନ ଚାଲୁ ରହିବ ବୋଲି ଡିସିପି ପ୍ରତୀକ ସିଂ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking