33.1 C
Bhubaneswar
Thursday, April 25, 2024
Homeଖେଳୱାର୍ଲ୍ଡ ରେସ୍‌ଲିଂ ଚାମ୍ପିଅନ୍‌ଶିପ୍‌: ସେମିରେ ସରିତା, ଅଂଶୁ

ୱାର୍ଲ୍ଡ ରେସ୍‌ଲିଂ ଚାମ୍ପିଅନ୍‌ଶିପ୍‌: ସେମିରେ ସରିତା, ଅଂଶୁ

ଓସ୍ଲୋ : ଏଠାରେ ଚାଲିଥିବା ୱାର୍ଲ୍ଡ ରେସ୍‌ଲିଂ ଚାମ୍ପିଅନ୍‌ଶିପ୍‌ରେ ବୁଧବାର ଭାରତୀୟ ମହିଳା ରେସ୍‌ଲର୍ ସରିତା ମୋର୍ ଓ ଅଂଶୁ ମଲିକ ନିଜ ନିଜ ବର୍ଗର ସେମିଫାଇନାଲ୍‌ରେ ପ୍ରବେଶ କରି ଦେଶ ପାଇଁ ଦୁଇଟି ପଦକ ପକ୍କା କରିଛନ୍ତି । ସରିତା ୫୯ କେଜି ପ୍ରିକ୍ୱାର୍ଟର୍ ଫାଇନାଲ୍‌ରେ ୨୦୧୯ ୱାର୍ଲ୍ଡ ଚାମ୍ପିଅନ୍ କାନାଡାର ଲିଣ୍ଡା ମୋରାଇସ୍‌ଙ୍କୁ ୮-୨ରେ ହରାଇଥିଲେ । ଏହାପରେ କ୍ୱାର୍ଟର୍ ଫାଇନାଲ୍‌ରେ ଏସିଆନ୍ ଚାମ୍ପିଅନ୍ ସରିତା ଜର୍ମାନୀର ସାଣ୍ଡ୍ରା ପାରୁସ୍‌ଜେୱକ୍ସିଙ୍କୁ ହରାଇ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ । ଐତିହାସିକ ଫାଇନାଲ୍‌ରେ ସ୍ଥାନ ପାଇଁ ସେ ୟୁରୋପିଆନ୍ ଚାମ୍ପିଅନ୍ ବୁଲ୍‌ଗେରିଆର ବିଲ୍‌ୟାନା ଝିଭ୍‌କୋଭା ଡୁଓଡୋଭାଙ୍କୁ ଭେଟିବେ ।

ଅନ୍ୟପକ୍ଷରେ ଯୁବ ରେସ୍‌ଲର୍ ଅଂଶୁ ୫୭ କେଜି ବର୍ଗର ପ୍ରଥମ ମ୍ୟାଚ୍‌ରେ କଜାଖ୍‌ସ୍ତାନର ନିଲୁଫର ରାଇମୋଭାଙ୍କ ବିପକ୍ଷରେ କିଛିଟା ସମସ୍ୟାରେ ପଡ଼ିଥିଲେ । ତେବେ ଦୃଢ଼ ଆତ୍ମବିଶ୍ୱାସ ଯୋଗୁଁ ଟେକ୍ନିକାଲ୍ ସୁପରିଅରିଟିରେ ହରାଇଥିଲେ । ପରେ କ୍ୱାର୍ଟର ଫାଇନାଲ୍‌ରେ ମଙ୍ଗୋଲିଆର ଦାଭାଚିମେଗ୍ ଏର୍‌ଖେମ୍‌ବାୟରଙ୍କୁ ୫-୧ରେ ହରାଇ ଅନ୍ତିମ ୪ରେ ପ୍ରବେଶ କରିଛନ୍ତି । ତେବେ ୨୦୨୦ ଏସିଆନ୍ ଚାମ୍ପିଅନ୍ ଦିବ୍ୟା କାକ୍ରାନ୍ (୭୨ କେଜି) କ୍ୱାର୍ଟର୍ ଫାଇନାଲ୍‌ରେ ହାରି ଯାଇଛନ୍ତି । ସେହିପରି ରିତୁ ମଲିକ (୬୮ କେଜି) କ୍ୱାଲିଫିକେଶନ୍ ବାଉଟ୍‌ରେ ପରାସ୍ତ ହୋଇଛନ୍ତି । ଇତିମଧ୍ୟରେ କିରାନ (୭୬ କେଜି) ରିପେଚେଜ୍ ରାଉଣ୍ଡ୍‌ରେ ବିଜୟୀ ହୋଇ ବ୍ରୋଞ୍ଜ୍ ପ୍ଲେଅଫ୍ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି । ମାତ୍ର ପୂଜା ଜାଟ୍ (୫୩ କେଜି) ବ୍ରୋଞ୍ଜ୍ ପ୍ଲେଅଫ୍ ମ୍ୟାଚ୍‌ରେ ଇକ୍ୱେଡରର ପ୍ରତିପକ୍ଷଙ୍କ ଠାରୁ ପରାଜିତ ହୋଇଛନତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking