32.1 C
Bhubaneswar
Friday, April 26, 2024
Homeଓଡିଶାଭୁଶୁଡ଼ିଲା ନିର୍ମାଣାଧିନ ୪୯ ନମ୍ବର ଜାତୀୟ ରାଜପଥର ଫ୍ଲାଏଓଭର ବ୍ରିଜ୍ :ଦେବଗଡ଼

ଭୁଶୁଡ଼ିଲା ନିର୍ମାଣାଧିନ ୪୯ ନମ୍ବର ଜାତୀୟ ରାଜପଥର ଫ୍ଲାଏଓଭର ବ୍ରିଜ୍ :ଦେବଗଡ଼

ଦେବଗଡ଼: ଦେବଗଡ ୪୯ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ କାମ ଚାଲିଥିବା ବେଳେ ନିର୍ମାଣାଧୀନ ଫ୍ଲାଏଓଭର ବ୍ରଜି ଭୁଶୁଡ଼ି ପଡ଼ିଛି। ଏହି ଫ୍ଲାଏଓଭର ବ୍ରିଜ୍ ପାଖାପାଖି ବର୍ଷେ ହେବ ନିର୍ମାଣ ଆରମ୍ଭ ହୋଇଥିଲା। ସୂଚନା ଅନୁସାରେ ଏହି ପ୍ରକଳ୍ପ ଟି ୨୦୧୮ ଜାନୁଆରିରେ ଆରମ୍ଭ ହୋଇଥିଲା ଏବଂ ୨୦୨୨ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ଓରିଏଣ୍ଟାଲ କଷ୍ଟ୍ରକସନ କମ୍ପାନି ଏହାର ନିର୍ମାଣ କରୁଥିଲା। ତେବେ ଆଜି ସନ୍ଧ୍ୟାରେ ବ୍ରିଜ୍‌ର ଏକ ସ୍ଥାନରେ ଦବି ଯିବାରୁ ବିମ୍ ଖସିପଡ଼ିଥିଲା। କିନ୍ତୁ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ଏହି ଜାତୀୟ ରାଜପଥ ବିଞ୍ଜବାହାଲ ଠାରୁ ତିଲେଇବଣିକୁ ସଂଯୋଗ କରୁଛି। ଏହି ପ୍ରକଳ୍ପ ପାଇଁ ୧୧ ଶହ ୬୦ କୋଟି ଟଙ୍କା ଖର୍ଚ୍ଚ ହେଉଛି।ସୂଚନା ପାଇ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା, ଦେବଗଡ଼ ତହସିଲଦାର ପଲ୍ଲବୀ ନାଏକ ଓ ଜରୁରୀକାଳୀନ ଅଧିକାରୀ ସୁଶାନ୍ତ ନାଏକ ପହଞ୍ଚିଥିବା ବେଳେ ଏଯାଏ ଓରିଏଣ୍ଟାଲ କମ୍ପାନିର କୌଣସି କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ନାହାନ୍ତି ବୋଲି ସୂଚନା ମିଳିଛି ।
https://onakhabar.com/2020/01/28/suicide-in-the-sakhi-center/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking