34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକୂଅ ଭିତରେ ଗଳି ପଡ଼ିଲା ବସ୍ : ୧୧ ମୃତ

କୂଅ ଭିତରେ ଗଳି ପଡ଼ିଲା ବସ୍ : ୧୧ ମୃତ

ନାସିକ : ମହାରାଷ୍ଟ୍ରର ନାସିକରେ ଆଜି ଏକ ବଡ଼ ଧରଣର ବସ ଦୁର୍ଘଟଣା ଘଟିଛି । ମହାରାଷ୍ଟ୍ରର ନାସିକ ନିକଟସ୍ଥ ମାଲେଗାଁଓରେ ଏକ ଯାତ୍ରୀବାହି ବସ ଏକ କୂଅରେ ଖସିପଡ଼ିବାରୁ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୨୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଅଛି ।
ସୂଚନା ଅନୁସାରେ, ମାଲେଗାଓଁରୁ କଲୱାଁ ଆଡ଼କୁ ବସ୍ ଯାଉଥିବାବେଳେ ଡ୍ରାଇଭର ଜଣକ ନିୟନ୍ତ୍ରଣ ଏହି ଦୁର୍ଘଟଣା ଘଟିଥିଲା । ଆଜି ଅପରାହ୍ନ ୩ ଟା ୪୫ ମିନିଟରେ ଏକ ଅଟୋରିକ୍ସା ସହିତ ତାହାର ଧକ୍କା ହୋଇଥିଲା । ପରେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ସାମ୍ନା ଖବର ପ୍ରକାଶ କରିଛି । ଏହାଫଳରେ ଅଟୋରିକ୍ସାଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ବସଟି ଭାରସାମ୍ୟ ହରାଇ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଗଳିପଡ଼ିଥିଲା । ଏହି କୂଅଟି ୭୦ ଫୁଟ ଗଭୀର ବୋଲି କୁହାଯାଉଛି । ବସ୍ରେ ୩୫ ଜଣ ଯାତ୍ରୀ ଥିଲେ ଏବଂ ୩ ଚକିଆ ଅଟୋରେ ୭ ଜଣ ଥିଲେ । ବସ୍ ଇମର୍ଜେନ୍ସି ଏକ୍ଜିଟ୍ ଦେଇ ଉଦ୍ଧାର କରାଯାଇଥିଲା । ବସ୍ଟିକୁ ବାହାରକୁ କାଢ଼ିବା ପାଇଁ ଏକ କ୍ରେନ୍ ନିୟୋଜିତ କରାଯାଇଛି । ପ୍ରଶାସନ ଓ ପୁଲିସ ପକ୍ଷରୁ ମିଳିତଭାବ ଉଦ୍ଧାର କାର‌୍ୟ୍ୟ ଚାଲିଛି । ତେବେ କୂଅ ଭିତରୁ ବସଟିକୁ ଏପର‌୍ୟ୍ୟନ୍ତ ବାହାର କରାଯାଇପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking