31.1 C
Bhubaneswar
Tuesday, May 7, 2024
Homeଓଡିଶାଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ୍ ଖୁବଶୀଘ୍ର

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ୍ ଖୁବଶୀଘ୍ର

ଭୁବନେଶ୍ୱର: କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ୍ ଖୁବଶୀଘ୍ର ନିର୍ମାଣ ହେବ । ଭାରତର ୨୫ଟି ସ୍ୱୀକୃତିପ୍ରାପ୍ତ କ୍ୟାନସର ଚିକିତ୍ସା କେନ୍ଦ୍ର ମଧ୍ୟରୁ ଅନ୍ୟତମ ହେଉଛି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର । ଏହି କେନ୍ଦ୍ରକୁ ୧୯୮୧ ମସିହା ଫେବ୍ରୁଆରି ୧ରେ ପ୍ରତିଷ୍ଠା କରାଯାଇଥିଲା । ତେବେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରାଯିବା ନେଇ ପରିଚାଳନା ସମିତି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କର୍କଟ କେନ୍ଦ୍ରର ଶଯ୍ୟା ସଂଖ୍ୟା ୪୨୫ ହେବ ଏବଂ ଏଥିରେ ନୂଆ ଆଇସିୟୁ ରହିବ । ସେହିଭଳି ଡାକ୍ତର ଅଭାବ ପୂରଣ ନେଇ ପଦକ୍ଷେପ ନିଆଯାଇଛି ଏବଂ ଖୁବ୍ ଶୀଘ୍ର ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରାଯିବ ।
ବିଗତ ୪୦ ବର୍ଷ ମଧ୍ୟରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ଓଡ଼ିଶା ଓ ରାଜ୍ୟ ବାହାରେ ସୁନାମ ଅର୍ଜନ କରିଛି । ଏହି ହସ୍ପିଟାଲରେ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ଦିଆଯାଇପାରୁଛି । ଏହି ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ୍ ପ୍ରତିଷ୍ଠା ହେଲେ ରୋଗୀଙ୍କୁ ଆହୁରି ଭଲ ଚିକିତ୍ସା ଯୋଗାଯାଇ ପାରିବ ।
https://onakhabar.com/2020/01/28/coronavirus-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking