32.1 C
Bhubaneswar
Friday, April 26, 2024
Homeଓଡିଶାଗୃହ ଓ ନଗର ଉନ୍ନୟନ ବିଭାଗରେ ୫-ଟି ପ୍ରଭାବ : ଟଙ୍କା ମାଗି ବନ୍ଧାହେଲେ କଣ୍ଟାବାଞ୍ଝି...

ଗୃହ ଓ ନଗର ଉନ୍ନୟନ ବିଭାଗରେ ୫-ଟି ପ୍ରଭାବ : ଟଙ୍କା ମାଗି ବନ୍ଧାହେଲେ କଣ୍ଟାବାଞ୍ଝି ଏନ୍‍ଏସିର ପାଣି ପାଇପ କର୍ମଚାରୀ

 
ଭୁବନେଶ୍ୱର – ଗୃହ ଓ ନଗର ଉନ୍ନୟନ ବିଭାଗର ମୋ ସରକାର ଓ ୫-ଟି କାର୍ଯ୍ୟକାରୀ
ହୋଇଥିବାବେଳେ ଅନିୟମିତତା ଓ ଲାଞ୍ଚ କାରବାର ପ୍ରତି କର୍ତ୍ତୃପକ୍ଷ ଅତ୍ୟନ୍ତ କଠୋର ହୋଇଛନ୍ତି । ପାଣି
ପାଇପ୍‍ ସଂଯୋଗପାଇଁ ସାମାନ୍ୟ ହାତଗୁଞ୍ଜା ମାଗି ଦୁଇଦିନ ତଳେ ଜଣେ କର୍ମଚାରୀ କଡା କାର୍ଯ୍ୟାନୁଷ୍ଠାନର
ସମ୍ମୁଖୀନ ହୋଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ ଜିରୋ ଟଲେରାନ୍ସ ଉପରେ ଗୁରୁତ୍ୱ
ଦେଉଥିବାବେଳେ ସମ୍ପୃକ୍ତ କର୍ମଚାରୀ ଜଣଙ୍କ ବନ୍ଧାହୋଇ ଜେଲ୍‍ ଯାଇଛନ୍ତି । ଘଟଣାଟି ଘଟିଛି କଣ୍ଟାବାଞ୍ଝି
ଏନ୍‍ଏସିରେ ।
କଣ୍ଟାବାଞ୍ଝି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରରେ ପାଇପ୍‍ ଜଳ ସଂଯୋଗ କାର୍ଯ୍ୟ ଜାରି ରହିଥିବାବେଳେ
ଠିକାଦାରଙ୍କ ଦ୍ୱାରା ଏଥିପାଇଁ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ମୁକୁନ୍ଦ ସାହୁ ନାମକ ଜଣେ କର୍ମଚାରୀ
ଜଳଯୋଗାଣ ପାଇଁ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ଆସିଥିଲା । ଏଭଳି ଅଭିଯୋଗ ପାଇବାପରେ
କର୍ତ୍ତୃପକ୍ଷ ଏହାର ଅନୁଧ୍ୟାନ କରି ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଥାନାରେ ମାମଲା ରୁଜୁ କରିଥିଲେ । ଏହି
ଘଟଣାରେ ମୁକୁନ୍ଦଙ୍କୁ ପୁଲିସ୍‍ ଗିରଫକରି ଜେଲ୍‍ ପଠାଇଛି । ଇତି ମଧ୍ୟରେ କଣ୍ଟାବାଞ୍ଝି ଏନ୍‍ଏଏସି ପ୍ରଶାସକ
ଦାୟିତ୍ୱରେ ଥିବା ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ଘଟଣାର ସରଜମିନ ତଦନ୍ତ ପାଇଁ କୁହାଯିବା ସହିତ ଏଭଳି
ଠକେଇ ଓ ବେଆଇନ୍‍ ଅର୍ଥ ଆଦାୟ କାରବାରରେ କେତେ ଲୋକ ସମ୍ପୃକ୍ତ ଅଛନ୍ତି ତାହା ଜଣାଇବାକୁ ନିର୍ଦ୍ଦେଶ
ଦିଆଯାଇଛି । ବଲାଙ୍ଗିର ଜନସ୍ୱାସ୍ଥ୍ୟ ଡିଭିଜନର ନିର୍ବାହୀଯନ୍ତ୍ରୀ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କର ମଧ୍ୟ ଦରମା ଅଟକାଇବା
ସହିତ କାରଣ ଦର୍ଶାଅ ନୋଟିସ୍‍ ଜାରି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking