33.1 C
Bhubaneswar
Thursday, April 25, 2024
Homeଓଡିଶାଓଡିଶାରେ ଚାଲିଛି ଏକଛତ୍ରବାଦୀ ଶାସନ : ବିଜେପି

ଓଡିଶାରେ ଚାଲିଛି ଏକଛତ୍ରବାଦୀ ଶାସନ : ବିଜେପି

ଭୁବନେଶ୍ୱର : ଜାନୁଆରୀ ୨୬ତାରିଖ ଦିନ ଦୁଇ ଆଦିବାସୀ ଛୋଟ ଛୋଟ ଝିଅ ଦମୟନ୍ତୀ ଓ
ପାର୍ବତୀଙ୍କୁ ରାଜ୍ୟସରକାର ପୋଲିସ ଲଗାଇ ପରେଡ୍ ଗ୍ରାଉଣ୍ଡରୁ ଉଠାଇ ନେଇ ସେମାନଙ୍କୁ ଗିରଫ କରି ୩୦୭ ସମେତ ୯ଟି
ଅପରାଧିକ ଦଫା ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ
ସାମନ୍ତସିଂହାର କହିଛନ୍ତି ।
ଡ.ସାମନ୍ତସିଂହାର କହିଛନ୍ତି ଯେ, ଏହି ସରକାରରେ ହାତୀ ଗଳିଯିବ କିନ୍ତୁ ପିମ୍ପୁଡି ଗଳିବାକୁ ବାଟ ନାହିଁ । ଗତ କିଛିଦିନ
ତଳେ ଶାସକ ଦଳର ଗୁଣ୍ଡାମାନେ ପରବିନ୍ଦରଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କଲେ, ପଥରରେ ଆଖି ଛେଚିଲେ, ମୁଣ୍ଡ
ଫଟାଇଲେ ମଧ୍ୟ ପୋଲିସ ଦଫା କମ ଲଗାଇ ଅପରାଧାମାନଙ୍କୁ ଜାମିନ ଦେବାର ବ୍ୟବସ୍ଥା କରିଥିଲା । ପୋଲିସ ଅଧିକାରୀ
ସ୍ଥାନୀୟ ବିଧାୟକଙ୍କ ସହ ଘଟଣାକୁ ଚାପି ଦେବା ପାଇଁ ଧମକ ଦେବାକୁ ଜନୈକ ବ୍ୟକ୍ତିଙ୍କ ଘରକୁ ରାତି ଅଧରେ ଯାଇଥିଲେ ।
ପୋଲିସ ଏଠି ତଦନ୍ତ ନାଁରେ ଅପରାଧୀଙ୍କୁ ଘଂଟ ଘୋଡାଇ ଚାଲିଛି । ଅନ୍ୟପକ୍ଷରେ ନିଜ ଅଧିକାର ଦାବି ନେଇ ୨୦୧୫
ମସିହାରୁ ଧାରଣାରେ ବସିଥିବା ଦୁଇ ନିରୀହ ଝିଅଙ୍କ ସମସ୍ୟା ନବୁଝି ପୋଲିସ ତାଙ୍କୁ ଗିରଫ କରିବା ଆଉ ୩୦୭ଧାରା
ଲଗାଇବା ଅତ୍ୟନ୍ତ ନିନ୍ଦନୀୟ । ସେମାନେ କାହାକୁ ମରଣାନ୍ତକ ଆକ୍ରମଣ କରିଛନ୍ତି କି ?
ସରକାରଙ୍କର କ’ଣ ଦାୟିତ୍ୱ ନୁହେଁ ଯେ ଯେଉଁମାନେ ୫ବର୍ଷ ହେବ ଧାରଣା ଦେଉଛନ୍ତି ସେମାନେ କାହିଁକି ଏଠିକି
ଆସିଛନ୍ତି, ତାଙ୍କର ସମସ୍ୟା କ’ଣ, ତାଙ୍କୁ କେମିତି ନ୍ୟାୟ ମିଳିପାରିବ ସେ କଥା ବୁଝିବେ । କିନ୍ତୁ ରାଜ୍ୟସରକାର ତାହା ନକରି
ତାଙ୍କୁ ଉଠାଇ ନେଇ ଗିରଫ କରିଛନ୍ତି । ଏହି ଛୋଟ ଛୋଟ ଝିଅ ମାନଙ୍କୁ ତୁରନ୍ତ ଜେଲରୁ ବାହାର କରି ତାଙ୍କ ଉପରେ
ଲଗାଯାଇଥିବା କଡା ଦଫା ଗୁଡିକୁ ପୋଲିସ ପ୍ରତ୍ୟାହାର କରିବାକୁ ଡ. ସାମନ୍ତସିଂହାର ଦାବି କରିଛନ୍ତି ।
ଯେଉଁଠି ପୋଲିସ୍ ତାହାର କାର୍ଯ୍ୟାନୁଷ୍ଠାନ ନେବା କଥା ସେଠାରେ ନେଉନାହିଁ ଏବଂ ଯେଉଁଠି ନନେବା କଥା ସେଠାରେ
ନେଉଛି । ଏଠି ରାଜ୍ୟରେ କେବଳ ଏକଛତ୍ରବାଦୀ ଶାସନ ଚାଲିଛି । ସରକାର ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ଏହା କେବେବି
ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking