28.1 C
Bhubaneswar
Friday, May 3, 2024
Homeବଲିଉଡନୂଆ ଲୁକରେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା

ନୂଆ ଲୁକରେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା

ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା । ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ତାଙ୍କର କଙ୍କାଳରୂପୀ ଚେହେରା ପ୍ରଶଂସକଙ୍କୁ ସ୍ତବ୍ଧ କରିଛି । ସେ ଫଟୋ ତଳେ କାଲାପାନୀ ଲେଖିଛନ୍ତି । ଅଭିନୟ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବକୁ ସମସ୍ତେ ପ୍ରଶଂସା କରିଛନ୍ତି । ରଣଦୀପ ସ୍ୱତନ୍ତ୍ର ବୀର ସାୱରକର ଫିଲ୍ମରେ ମୂଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ସେଥିପାଇଁ ଅଭିନୟକୁ ଜୀବନ୍ତ କରିବା ପାଇଁ ଏ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି ଏଥର ରଣଦୀପ ସାର ନିଶ୍ଚିତ ଭାବେ ଜାତୀୟ ପୁରସ୍କାର ପାଇବେ । ଏହି ଫିଲ୍ମ ମାଧ୍ୟମରେ ସେ ନିର୍ଦ୍ଦେଶକ ଭାବେ ମଧ୍ୟ କ୍ୟାରିୟର ଆରମ୍ଭ କରିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି ଏବଂ ମାର୍ଚ୍ଚ ୨୨ରେ ଏହା ହିନ୍ଦୀ ଓ ମରାଠୀ ଭାଷାରେ ପ୍ରେକ୍ଷାଳୟରେ ପଡିବ । ରଣଦୀପଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ସେ ଏ ଭଳି ଏକ ଫଟୋ ଶେୟାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking