37.1 C
Bhubaneswar
Friday, May 17, 2024
Homeଖେଳନିଷ୍ପତି ବଦଳାଇଲେ ହସରଙ୍ଗା..

ନିଷ୍ପତି ବଦଳାଇଲେ ହସରଙ୍ଗା..

କଲମ୍ବୋ : ଶ୍ରୀଲଙ୍କାର ୨୬ ବର୍ଷୀୟ ଖେଳାଳି ୱାନିନ୍ଦୁ ହସରଙ୍ଗା ଗତ ବର୍ଷ ଅଗଷ୍ଟ ୧୫ରେ ହଠାତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ୭ ମାସ ପରେ ସେ ତାଙ୍କ ନିଷ୍ପତି ବଦଳାଇଛନ୍ତି । ସେ ଅବସର ନିଷ୍ପତିରୁ ଓହରିବା ସମ୍ପର୍କରେ ବୋର୍ଡକୁ ଜଣାଇଥିଲେ । ଏବେ ତାଙ୍କୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଦଳରେ ସାମିଲ କରାଯାଇଛି । ୨୦୨୦ରେ ସେ ଟେଷ୍ଟ ପଦାର୍ପଣ କରିଥିଲେ । ଏ ପର୍ଯ୍ୟନ୍ତ ସେ ମାତ୍ର ୪ଟି ଟେଷ୍ଟ ଖେଳି ୧୯୬ ରନ କରିଛନ୍ତି । ତେବେ ହସରଙ୍ଗା ୫୪ ଦିନିକିଆ ଓ ୬୫ ଟି୨୦ ମ୍ୟାଚ ଖେଳିଛନ୍ତି । ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ । ସୀମିତ ଓଭର ବିଶିଷ୍ଟ ଖେଳ ପାଇଁ ଅଧିକ ଧ୍ୟାନ ଦେବା ଉଦ୍ଦେଶ୍ୟରେ ସେ ଏହି ନିଷ୍ପତି ନେଇଥିଲେ । ତେବେ ହଠାତ ଏଥିରେ କଣ ପାଇଁ ପରିବର୍ତନ କଲେ ତାହା ସେ ସ୍ପଷ୍ଟ କରି ନାହାନ୍ତି । ଏହି ଟେଷ୍ଟ ସିରିଜରେ ହସରଙ୍ଗାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking