26.1 C
Bhubaneswar
Wednesday, May 8, 2024
Homeଓଡିଶାଆଉ ନାହାନ୍ତି ଆଦିବାସୀ ନେତା ବ୍ରଜ ସିଂ ଭୋଇ

ଆଉ ନାହାନ୍ତି ଆଦିବାସୀ ନେତା ବ୍ରଜ ସିଂ ଭୋଇ

ବଲାଙ୍ଗିର : ଆଦିବାସୀ କଲ୍ୟାଣ ସଂଘ ସଭାପତି ତଥା ଗରିବ ଆଦିବାସୀଙ୍କ ପାଇ ଜିବନ ତମାମ ଲଢୀଥିବା କ୍ରାନ୍ତିକାରୀ ନେତା ବ୍ରଜ କିଶୋର ସିଂ ଭୋଇ ଆଉ ନାହାନ୍ତି । ସକାଳ ପ୍ରାୟ ସାଢେ ଆଠଟା ସମୟରେ ସ୍ତାନୀୟ ଭୀମ ଭୋଇ ମେଡିକାଲ କଲେଜରେ ତାଙ୍କର ବିୟୋଗ ଘଟିଛି । ତାଙ୍କର ଅକାଳ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଗତ କିଛି ଦିନ ହେବ ସେ ସ୍ୱାଶ ରୋଗରେ ପଡିତ ଥିଲେ । ସନ୍ଦେହରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଆଜି ବିଶେଷ ଅସୁବିଧା ହେବାରୁ ସକାଳୁ ତାଙ୍କୁ ବଲାଙ୍ଗିର ଭୀମ ଭୌଇ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା । ମେଡିକାଲକୁ ଆସିବା ସମୟରେ ତାଙ୍କର କରୋନା ପୋଜିଟିଭ ଅସିଥିବା ଫୋନ ଯୋଗେ ଖବର ମିଳିଥିଲା । ଚିକିତ୍ସାଧିନ ଅବସ୍ତାରେ ସେ ସାମାନ୍ୟ କଥାବାର୍ତ୍ତା କରୁଥିବା ସମୟରେ ହଠାତ ତାଙ୍କର ପ୍ରାଣ ବାୟୁ ଉଡି ଯାଇ ଥିଲା ।

ଅନ୍ତିମ ସମୟରେ ତାଙ୍କର ଓ ଭୟ ପୁତ୍ର ଦେବାଶିଷ , ଆଶିଷ, ସହିତ ଜ୍ୱାଇଁ ସୁରେନ୍ଦ୍ର, ଆଦିବାସୀ ନେତା ସତ୍ୟ ଭୋଇ, ନେତ୍ରୀ ବନଲତା ମାଝୀ ସମେତ ସଂଘର ବିଭିନ୍ନ କର୍ମିର୍ତ୍ତା ଉପସ୍ଥିତ ଥିଲେ । ସ୍ୱର୍ଗତ ଭୋଇ ସଇନ୍ତଳା ର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଭୋଇଙ୍କ ପ୍ରଥମ ସନ୍ତାନ ତଥା ପୁର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କ ବଡ ଭାଇ ଥିଲେ । ଶ୍ରୀ ଭୋଇ ବିଭିନ୍ନ ସାମୂହିକ ସମସ୍ୟା ସହିତ ଶ୍ରମିକ ଓ ଆଦିବାସୀଙ୍କ ହକ ପାଇଁ ଜିବନ ତମାମ ଲଢି ଆସିଥିଲେ । ସେ ୨୦୧୦ ମସିହାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସବାପତି ଭାବେ ସକ୍ରିୟ ରହିଥିଲେ । ବିଭିନ୍ନ ରାଜନୈତିକ ସମାଜିକ ଓ ଆଥିୀକ ଅନ୍ଦୋଳନରେ ସକ୍ରିୟ ଲଢେଇ କରି ସାରା ରାଜ୍ୟରେ ନାଁ କରିଥିଲେ ।

ସେହିପରି ବଲାଙ୍ଗିର ଜିଲ୍ଲାର କୋଶଲ ରାଜ୍ୟ ସମନ୍ୱୟ ସମିତ, ବଲାଙ୍ଗିର ଏକ୍ସନ କମିଟି, ପଶ୍ଚିମାଞ୍ଚଳ ମିଳିତ ଶ୍ରମିକ ଏକତା ମଂଚ ତଥା ସଇଁନ୍ତଳା ଓକିଲ ସଂଘର ସକ୍ରିୟ ସଦସ୍ୟ ଥିଲେ । ମାତ୍ର ଦୁଇ ମାସ ତଳେ ଶ୍ରୀ ଭୋଇଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିବା ବେଳେ ଆଜି ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସଇଁନ୍ତଳାରେ ତାଙ୍କର ଶେଷକୃତ୍ୟ କରାଯାଇଥିବା ବେଳେ ବଡ ପୁଅ ଆଶିଷ ମୁଖାଗ୍ନି ଦେଇଥିଲେ । ସେହି ମହାନ ନେତୃତ୍ୱଙ୍କୁ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତାଙ୍କର ବିୟୋଗ ଅଂଚଳ ତଥା ଆଦିବାସୀ ସମାଜ ପାଇଁ ଅପୂରଣିୟ କ୍ଷତି ହୋଇ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking