32.1 C
Bhubaneswar
Saturday, May 4, 2024
Homeଓଡିଶାଟୀକା ନେଇଥିବା ସତ୍ୱେ କରୋନାରେ ପ୍ରାଣ ହରାଇଲେ ଡାକ୍ତର

ଟୀକା ନେଇଥିବା ସତ୍ୱେ କରୋନାରେ ପ୍ରାଣ ହରାଇଲେ ଡାକ୍ତର

ବଲାଙ୍ଗିର : ଲୋଇସିଂହା ବ୍ଲକ ଅଧିନସ୍ଥ ରାକ୍ସିମୁଣ୍ଡା ସ୍ୱାଶ୍ଥ୍ୟକେନ୍ଦରେ କାର୍ଯ୍ୟରତ ଆୟୁର୍ବେଦିକ ଡାକ୍ତର ଦିଲ୍ଲୀପ ଷଢଙ୍ଗି କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଖବର ମିଳିଛି । ପ୍ରକାଶ ଥାଉକି ଡା. ଷଢଙ୍ଗି କରୋନା ଯୋଦ୍ଧା ଭାବେ ଦୁଇ ପଯ୍ୟାୟରେ ଟୀକା ଗ୍ରହଣ କରିଥିଲେ । କିନ୍ତୁ ଟୀକା ନେବା ସତ୍ୱେ କରୋନାରେ ତାଙ୍କର ପ୍ରାଣହାନୀ ଅଂଚଳବାସୀଙ୍କୁ ଚକିତ କରିଛି । ସୂଚନାରୁ ପ୍ରକାଶ ଯେ, ଡା. ଷଢଙ୍ଗିର ରାକ୍ସିମୁଣ୍ଡା ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେବାରତ ଥିଲେ । କିଛି ଦିନ ପୁର୍ବରୁ ହଟାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସନ୍ଦେହରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ । ଟୀକା ଗରହଣ କରିବା ପରେ ମଧ୍ୟ ସେ କରୋନା ସକ୍ରୀୟ ଥିବା ଜଣା ପଡିଥିଲା । ତାଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା ।

କିନ୍ତୁ ଚାରି ଦିନ ଘରେ ରହିବା ପରେ ଦେନକୁ ଦିନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିବାକୁ ବସିଥିଲା । ପରିବାର ବର୍ଗ ତାଙ୍କୁ ବରଗଡ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଭେଣ୍ଟିଲେଟର ଓ ଆିସିୟୁ ଅଭାବରୁ ତାଙ୍କୁ ଭୁବନେସ୍ୱର ନେବକୁ ପଡିଥିଲା । ଭୂବନେଶ୍ୱର ଯିବା ସ ମୟରେ ବଉଦ ଠାରେ ତାଙ୍କର ପ୍ରଣ ବାୟୁ ଉଡି ଯାଇଥିଲା । ବଲାଙ୍ଗିର ପ୍ୟାଲେସ ଲାଇନ ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ ଝିଅ ମୁଖାଗ୍ନି ଦେଇଥିବା ସୂଚନା ରହିଛି । ତେବେ ଜଣେ କାର୍ଯ୍ୟରତ ଡାକ୍ତର ଟୀକା ଗ୍ରହଣ କରିବା ପରେ କରୋନାରେ ସଂକ୍ରମିତ ହେବା ଓ ସେବା ନପାଇ ପ୍ରାଣ ହରାଇବା ଲୋକଙ୍କୁ ଚକିତ କରିବା ସହିତ ଆଶଙ୍କିତ କରିଛି । ଶ୍ରୀ ଷଡଙ୍ଗିଙ୍କ ବିୟୋଗରେ ଅଂଚଳ ତଥା ପରିଚିତ ମାହୋଲକୁ ଶୋକାକୁଳ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking