27.1 C
Bhubaneswar
Thursday, April 25, 2024
Homeଓଡିଶାରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ର ଗଣ୍ଡଗୋଳ ପଛରେ ଛାତ୍ର, କଂଗ୍ରେସର ସଂମ୍ପୃକ୍ତି ଆଭିଯୋଗ କଲା ବିଜେଡି

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ର ଗଣ୍ଡଗୋଳ ପଛରେ ଛାତ୍ର, କଂଗ୍ରେସର ସଂମ୍ପୃକ୍ତି ଆଭିଯୋଗ କଲା ବିଜେଡି

ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଛାତ୍ର ଗଣ୍ଡଗୋଳ ଘଟଣାରେ ଏବେ ରାଜନୀତି ପଶିଛି । ଏହି ଘଟଣାରେ ଛାତ୍ର କଂଗ୍ରେସର ସଂମ୍ପୃକ୍ତି ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଛାତ୍ର ବିଜେଡି ଅଭିଯୋଗ କରିଛି । କିଛି ଦିନ ତଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ମାଡ ମାରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓ ୫ ତାରିଖରେ ଉତ୍ତୋଳନ କରାଯାଇଥିବା କୁହାଯାଉଥିବା ବେଳେ ଗତ ୯ ତାରିଖରେ ଆଦର୍ଶ ଟାଉନ ଥାନାରେ ଏତଲା ଦିଆଯାଇଥିଲା । ଏହାକୁ ଆଧାର କରି ଟାଉନ ଥାନା ପୋଲିସ ୬ ଜଣଙ୍କୁ ଗିରଫ କରିଛି । ସେ ମଧ୍ୟରୁ ୨ ଜଣ ଯୁବକ ଓମ ରାଉତ ଓ କାହ୍ନା ବାଗ ବୋଲି ଜଣା ପଡିଛି । ତେବେ ସୋସିଆଲ ମିଡିଆରୁ ମିଳିଥିବା କିଛି ଫଟୋଚିତ୍ରକୁ ଆଧାର କରି ଏହି ଦୁଇ ଜଣ ଯୁବକ ବଲାଙ୍ଗିର ଛାତ୍ର କଂଗ୍ରେସର ସଦସ୍ୟ ହୋଇଥିବା ଯୁବ ଛାତ୍ର ବିଜେଡି ଅଭିଯୋଗ କରିଛି । ସ୍ଥାନୀୟ ସାମ୍ବାଦିକ ଭବନଠାରେ ବିଜେଡିର ନଗର ସଭାପତି ରାଜେନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଯୁବ ଛାତ୍ର ବିଜେଡିର ଗୁଞ୍ଜ ଖାନ, ସୁମନ ନନ୍ଦ, ସୁନ୍ଦର ବିଶି, ପ୍ରତିକ ଶତପଥି, ଦୀପକ ପଣ୍ଡା ଓ ଶତାବ୍ଦୀ ନନ୍ଦ ମଞ୍ଚାସୀନ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking