28.1 C
Bhubaneswar
Saturday, April 27, 2024
Homeକରୋନା ଓଡିଶାକୋଭିଡ ହସପିଟାଲରେ ଭେଷଜ ବିଶେଷଜ୍ଞ ଓ ପ୍ରଶିକ୍ଷିତ ନର୍ସ ନିଯୁକ୍ତି ସହ ୮ ଦଫା ଦାବୀ...

କୋଭିଡ ହସପିଟାଲରେ ଭେଷଜ ବିଶେଷଜ୍ଞ ଓ ପ୍ରଶିକ୍ଷିତ ନର୍ସ ନିଯୁକ୍ତି ସହ ୮ ଦଫା ଦାବୀ ଜଣାଇଲା କୋଭିଡ ନିୟନ୍ତ୍ରଣ କମିଟି

ବଲାଙ୍ଗିର : କୋଭିଡ-୧୯ ନିୟନ୍ତ୍ରଣ କମିଟି ବଲାଙ୍ଗିର କିସ୍ କୋଭିଡ ହସପିଟାଲରେ ଭେଷଜ ବିଶେଷଜ୍ଞ ସହ ପ୍ରଶିକ୍ଷିତ ନର୍ସ ନ୍ୟିୁକ୍ତି ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ୮ ଦଫା ଦାବୀପତ୍ର ପ୍ରଦାନ କରିଛି । ସୁଚନା ଯୋଗ୍ୟ ଯେ, ବଲାଙ୍ଗିର ରେ ବିଗତ ମାସେ ହେବ କୋରୋନା ତାଣ୍ଡବ ରଚୁଛି । ପ୍ରତିଦିନ ମୁଣ୍ଡ ପରେ ମୁଣ୍ଡ ଗଡିବାରେ ଲାଗିଛି । ଏପରିକି ସହରର ଯୁବକ ମାନେ ମଧ୍ୟ ଅକାଳ ବିୟୋଗ ର ଶିକାର ହେଉଛନ୍ତି । ଚିକିତ୍ସ ପାଇଁ ଲୋକେ କିସ କରୋନା ହସପିଟାଲ ଉପରେ ନିର୍ଭର ଶୀଳ ଥିବା ବେଳେ କିସ୍ ହସପିଟାଲର ବିପଯ୍ୟସ୍ଥ ସ୍ୱାସ୍ଥ୍ୟଶେବା ଅନେକ ଯୁବକଙ୍କ ଜୀବନ ନେଇଛି । କିସ୍ ହସପିଟାଲରେ ଭେଷଜ ବିଶେଷଜ୍ଞ ଓ ପ୍ରଶିକ୍ଷିତ ନର୍ସ ନଥୀବା ବେଳେ ଗୁରୁତର ରୋଗୀ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ପରିସ୍ଥିତିରେ କିସ୍ କରୋନା ହସପିଟାଲରେ କିଛି ଅଭୀଜ୍ଞ ଭେଷଜ ବିଶେଷଜ୍ଞ ଙ୍କ ସହିତ ପ୍ରଶିକ୍ଷୀତ ନର୍ସଙ୍କ ବିଶେଷ ଆବଶ୍ୟକତା ରହିଛି । ଏହା ସହ କରୋନା ପରିଶ୍ଥିତିରେ ଭୀମ ଭୋଇ ମେଡିକାଲ କଲେଜରେ ଏକ୍ସରେ, ସିଟି ସ୍କେନ୍, ରକ୍ତ ପରିକ୍ଷା, ଡାୟାଲିସିସ୍ ଆଦି ସୁବିଧା ୨୪ଘଣ୍ଟ ଉପଲବ୍ଧ ରହିବା ଆବଶୟକ । ସେହିପରି ବୃଦ୍ଧ ଓ ସଜ୍ୟାଶାୟୀ ରୋଗିଙ୍କ ପାଇଁ ତାଙ୍କ ଘରେ ହିଁ କୋଭିଡ ଟେଷ୍ଟର ସୁବିଧା କରାଯାଉ । ଆହୁରି ପ୍ରତିଦିନ ସହରର ପ୍ରତି ୱାର୍ଡରେ ବିଷୋଧୀକରଣ କରାଯୀବା ସହ ମାସ୍କ କିମ୍ବା ସାମାଜିକ ଦୂରତା ରକ୍ଷା କରୁନଥୀବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କୋଭୀଡ ନିୟମାବଳି ଉପରେ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉ ବୋଲି ଏକ ୮ ଦଫା ସମ୍ମିଳୀତ ଦାବୀ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ପ୍ରଦାନ କରାଯାଇଛି । କରିବା ପାଇଁ ସ୍ଥାନିୟ
ଆଜି ସକାଳୁ କୋଭୀଡ ନିୟନ୍ତ୍ରଣ କମିଟିି ର ଆବାହକ ତ୍ରିପୁରାରୀ ପାଣୀଗ୍ରହୀଙ୍କ ନେତୃତ୍ୱରେ କମିଟିର ସଦସ୍ୟ ମାନେ ବିଭୀନ୍ନ ପ୍ଲା କାର୍ଡ ଧରି ଏକ ସଚେତନତା ର୍ୟାଲିରେ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ କୋଭୀଡ ସଚେତନତା ପୁର୍ବକ ବିବିନ୍ନ ନାରା ଦେଇଥିଲେ । ପରେ ପରେ ଏହି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଖା କରି ବିଭୀନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ୮ ଦଫା ସମ୍ମିଲିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ତେବେ ଅତିରିକ୍ତ ଜିଲ୍ଲାପାଳ କମିଟିର ଏହି ଦାବୀ ଗୁଡିକ ପ୍ରଶାସନ ଗୁରୁତ୍ୱର ନେବା ସହ ଯଥା ଶିଘ୍ର ଏ ଦିଗରେ କାମ କରିବ ବୋଲି କହିଥିବା ସୁଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking