ଉନପିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର: ବାଲେଶ୍ୱର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ନଭେମ୍ବର ୩ରେ ଉଭୟ ନିର୍ବାଚନ ମଣ୍ଡଳି ପାଇଁ ଭୋଟ ଗ୍ରହଣ ହେବ । ନଭେମ୍ବର ୧୦ରେ ଉଭୟ ନିର୍ବାଚନ ମଣ୍ଡଳିର ଭୋଟ ଗଣତି ହେବ । ଅକ୍ଟୋବର ୯ରେ ଉଭୟ ନିର୍ବାଚନ ମଣ୍ଡଳି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୬ରେ ନାମାଙ୍କନ ପତ୍ର ଦାଖଲର ହେଉଛି ଶେଷ ଦିବସ । ଅକ୍ଟୋବର ୧୭ରେ ଯାଂଚ୍ , ୧୯ ସୁଦ୍ଧା ପ୍ରାର୍ଥପତ୍ର ପ୍ରତ୍ୟାହାର ପାଇଁ ଘୋଷଣା ହୋଇଛି । ତେବେ କୋଭିଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । କୋଭିଡ ଆକ୍ରାନ୍ତମାନେ ଶେଷ ୧ ଘଣ୍ଟାରେ ଆସି ଭୋଟ ଦେଇପାରିବେ ।

LEAVE A REPLY

Please enter your comment!
Please enter your name here