28.1 C
Bhubaneswar
Saturday, April 27, 2024
Homeଓଡିଶାବଲାଙ୍ଗିର ବ୍ଳକଠାରେ ୨୦ତମ ବ୍ଳକସ୍ତରୀୟ ଲୋକ ମହୋତ୍ସବ

ବଲାଙ୍ଗିର ବ୍ଳକଠାରେ ୨୦ତମ ବ୍ଳକସ୍ତରୀୟ ଲୋକ ମହୋତ୍ସବ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ବଲାଙ୍ଗିର ସଦର ବ୍ଳକ ପରିସରରେ ୨୦ତମ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଳକ କଲାସଂସ୍କୃତି ସଂଘର ସଭାପତି ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଲାପ ବାଗ ଉକ୍ତ ଉତ୍ସବ କୁ ଆନୁଷ୍ଠନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ସତ୍ୟ ନାରାୟଣ ଭୋଇ, ଶ୍ରୀଧର ବାରିକ, ଜିଲ୍ଲା ସଂସ୍କୃତିକ ଅଧିକାରୀ ବିଜୟ କୁମାର ଶତପଥି, ନିମନ୍ତ୍ରୀତ କଲାକାର ଗୋପାଲ ପଧାନ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ । ଉକ୍ତ ଉତ୍ସବରେ ବିଭିନ୍ନ ବର୍ଗ ଯଥା ଲୋକ ଗୀତ, ଲୋକନୃତ୍ୟ, ଲୋକବାଦ୍ୟ, ଲୋକ ନାଟକ ପରି ୫୬ଟି ଦଳ ଓ କଲାକାର ଅଂଶ ଗ୍ରହଣ କରିଥିଲେ । ବିଶିଷ୍ଟ ଆକର୍ଷଣ ରୂପେ ଚିକଲବାହାଲର ଶତୃଘ୍ନ ବେହେରା ଓ ସାଥିଙ୍କ ରାମଲୀଳା ନାଟକ, ସାନନ୍ଦ ଶିକା, ପ୍ରତାପରୁଦ୍ରପୁରଙ୍କ ଦଣ୍ଡନୃତ୍ୟ, କିଶୋର ନିତାଇ ଦଳ ଙ୍କ ମହିଳା କିର୍ତ୍ତନ ଆଦି ପ୍ରସଂଶନୀୟ ଥିଲା । ବିଚାରପତି ଭାବେ ପରମାନନ୍ଦ ମାଝୀ, ଧୃବ ଠାକୁର ଓ ଗୋଲାପ ବାଗ ଥିବାବେଳେ ଉତ୍ସବକୁ ସଂଯୋଜନା କରିଥିଲେ ଅତିରିକ୍ତ ଗୋଷ୍ଟି ଉନ୍ନୟନକାରୀ ରାମଦତ୍ତ ଭୋଇ, ଜିପିଓ ସାରଥି ସାହୁ, ବିଏସ୍‌ଏସ୍‌ଓ ମଦନ ହୋତା । ଶେଷରେ ସମସ୍ତ କଲାକାରଙ୍କ ସମ୍ମାନିତ କରାଯିବା ସଂଗେସଂଗେ ଉତ୍କଷ ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ଉପଖଣ୍ଡସ୍ତରୀୟ ତଥା ଜିଲ୍ଲା ସ୍ତରୀୟ ଲୋକ ଉତ୍ସବ ନିମନ୍ତେ ମନୋନିତ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking