33.1 C
Bhubaneswar
Friday, April 26, 2024
Homeଓଡିଶାଡାଆଣୀ ଓ ଗୁଣିଆ ସନ୍ଦେହରେ ବର୍ଷକୁ ହେଉଛି ୫୩ ହତ୍ୟା

ଡାଆଣୀ ଓ ଗୁଣିଆ ସନ୍ଦେହରେ ବର୍ଷକୁ ହେଉଛି ୫୩ ହତ୍ୟା

ଭୁବନେଶ୍ୱର: ଦେଶରେ ବର୍ଶକୁ ଡାଆଣୀ ଓ ଗୁଣିଆ ସନ୍ଦେହରେ ପ୍ରାୟ ୫୩ଜଣଙ୍କୁ ହତ୍ୟା କରାଯାଉଥିବାର ଜଣା ପଡିଛି । ଯାହାକି ପ୍ରାକୃତିକ ବିପର୍ଯ୍ୟୟ, ନକ୍ସଲ ହତ୍ୟା‌ରେ ପ୍ରାଣ ହରାଉଥିବା ଲୋକ ସଂଖ୍ୟାଠାରୁ ଅଧିକ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା ଏ କ୍ଷେତ୍ରରେ ସବୁଠୁ ଆଗୁଆ ରହିଛି । ତେବେ ଏହାକୁ ରୋକିବାକୁ ହେଲେ ଦଣ୍ଡ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଆବଶ୍ୟକ ରହିଛି । ଏହାସହ ଶିକ୍ଷା ବ୍ୟବସ୍ଥାରେ ଏଭଳି କୁସଂସ୍କାର ସଂପର୍କରେ ସଚେତନଧର୍ମୀ ପାଠ୍ୟକ୍ରମ ସାମିଲ କରାଯିବାର ଆବଶ୍ୟକତା ରହିଛି। ଆଜି ‘ମମତା’ ପକ୍ଷରୁ ସିୱାଇଏସ୍‌ଡି ପରିସରରେ ଅନୁଷ୍ଠିତ ଗୁଣିଗାରେଡ଼ି ଓ କୁସଂସ୍କାର ଦୂରୀକରଣ ସଂପର୍କିତ କର୍ମଶାଳା‌ରେ ଅତିଥିମାନେ ଏଭଳି ମତ ଦେଇଛନ୍ତି।
କର୍ମଶାଳାରେ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସୂଚନା କମିସନର୍‌ ଶଶିପ୍ରଭା ବିନ୍ଧାଣୀ କହିଲେ, ଗୁଣିଗାରେଡ଼ି ଓ ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା ଲୋକମାନେ ଆଇନର ପରିସରକୁ ଆସି ପାରୁ ନାହାନ୍ତି। ଏଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ସହ ଆଇନକୁ କଡ଼ାକଡ଼ି ଲାଗୁ କରିବା ଆବଶ୍ୟକ। ଲୋକଙ୍କ ପାଖରେ ଠିକ୍ ସୂଚନା ପହଞ୍ଚି ପାରିଲେ, ସେମାନଙ୍କ ଭ୍ରାନ୍ତ ଧାରଣା ଦୂର ହୋଇପାରିବ। ଆଇନ ଓ ପୀଡ଼ିତଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରାଯାଇ ପାରିଲେ ଏହି ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ସେ କହିଥିଲେ। ଆମେରିକାର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ନୃତତ୍ତ୍ବ ବିଜ୍ଞାନ ଅଧ୍ୟାପିକା ଅନ୍ନପୂର୍ଣ୍ଣା ପାଣ୍ଡେ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଗୁଣିଗାରେଡ଼ି କେବଳ ଓଡ଼ିଶା କିମ୍ବା ଭାରତର ସମସ୍ୟା ନୁହେଁ, ଆଫ୍ରିକା ମହାଦେଶରେ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି। ବିଶ୍ବସ୍ତରରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଏ ସଂପର୍କରେ ଗବେଷଣା କରୁଛନ୍ତି। ଗୁଣିଗାରେଡ଼ି ସଂପର୍କିତ ଘଟଣାରେ ‌ଯେଉଁମାନେ ପୀଡ଼ିତ ଓ କାହିଁକି ସେମାନଙ୍କୁ ଟାର୍ଗେଟ୍‌ କରାଯାଉଛି, ତାହାର ତର୍ଜମା ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking