30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏହି ମନ୍ଦିରର ଛାତରୁ ମିଳେ ମୌସୁମୀର ପୂର୍ବାଭାଷ

ଏହି ମନ୍ଦିରର ଛାତରୁ ମିଳେ ମୌସୁମୀର ପୂର୍ବାଭାଷ

କାନପୁର : ପ୍ରକୃତିର କଳା ଅତି ଅଜବ, ଯାହାକୁ ବୁଝିବା ଆଜି ଯାଏଁ ବୈଜ୍ଞାନିକଙ୍କ ପକ୍ଷରେ ସମ୍ଭବପର ହୋଇ ପାରିନାହିଁ । ତେବେ ପ୍ରକୃତିର ସୃଷ୍ଟିକର୍ତ୍ତା ମାନୁଥିବା ଭଗବାନଙ୍କୁ ନେଇ ମଧ୍ୟ ଲୋକଙ୍କର ବେଶ୍ ଆସ୍ଥା ରହିଛି । କେତେକ ମଠ ମନ୍ଦିରରେ ଭଗବାନ ଭଳି ଏକ ଶକ୍ତି ଥିବାର ପ୍ରମାଣ ମିଳେ। ଏହି ସବୁ ସ୍ଥାନ ଗୁଡିକରେ ବହୁ ଚମତ୍କାର ଘଟଣା ଘଟିଥାଏ। ଯାହାର ସନ୍ଧାନ ଆଜି ଯାଏଁ କେହି ପାଇ ନାହାଁନ୍ତି। ତେବେ ଆମେ ଆଜି ଆପଣଙ୍କୁ ଏଭଳି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମୌସୁମୀ ଆସିବା ପୂର୍ବରୁ ମନ୍ଦିରର ଛାତରୁ ବୁନ୍ଦା ବୁନ୍ଦା ପାଣି ଝରେ। ଏହାକୁ ଦେଖି ମୌସୁମୀର ପୂର୍ବାଭାଷ କରିହୁଏ।
ଉତ୍ତରପ୍ରଦେଶର କାନପୁର ସହରର ବିକାଶଖଣ୍ଡ ମୁଖ୍ୟାଳୟ ଠାରୁ ତିନି କିମି ଦୂରରେ ଥିବା ଭିତରଗାଁଓରେ ଜଗନ୍ନାଥଙ୍କର ଏକ ମନ୍ଦିର ରହିଛି। ଏଠାରେ ଜଗନ୍ନାଥଙ୍କୁ ଠାକୁର ବାବା ଜି ନାମରେ ଶ୍ରଦ୍ଧାଳୁମାନେ ଡାକିଥାନ୍ତି। ଏହି ମନ୍ଦିରର ବିଶେଷତ୍ଵ ହେଉଛି ଏଠାରେ ବର୍ଷା ହେବାର ୭ ଦିନ ପୂର୍ବରୁ ମନ୍ଦିରର ଛାତରୁ ପାଣିର ବୁନ୍ଦା ଖସେ। ଏହାକୁ ଦେଖି ଲୋକମାନେ ମୌସୁମୀର ପୂର୍ବାଭାଷ ମିଳେ। ଯେଉଁଦିନ ଏଠାରେ ବର୍ଷା ହୁଏ ସେହି ଦିନ ମନ୍ଦିରର ଛାତରୁ ପାଣି ଶୁଖିଯାଏ। ଯଦି ମନ୍ଦିରର ଛାତରେ ବଡ ବୁନ୍ଦା ରହିଥାଏ ତେବେ ଭଲ ମୌସୁମୀର ସଙ୍କେତ ମିଳେ ଏବଂ ଯଦି ଛୋଟ ବୁନ୍ଦା ଖସେ ତେବେ ଶୁଖିଲା ମୌସୁମୀର ପୂର୍ବାଭାଷ ମିଳେ। ବର୍ଷା ଆସିବା ପୂର୍ବରୁ ଭଗବାନ ସଙ୍କେତ ଦିଅନ୍ତି ବୋଲି ଲୋକମାନଙ୍କ ମଧ୍ୟରେ ମାନ୍ୟତା ରହିଛି। ଏହି ମନ୍ଦିରରେ ଜଗନ୍ନାଥଙ୍କ ବ୍ୟତୀତ ସୂର‌୍ୟ୍ୟ ଏବଂ ପଦ୍ମନାଭଙ୍କ ପୂଜାର୍ଚ୍ଚନା କରାଯାଏ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking