32.1 C
Bhubaneswar
Friday, April 26, 2024
Homeଅପରାଧପାକିସ୍ତାନରେ ଖ୍ରୀଷ୍ଟିୟାନ୍ ନାବାଳିକାଙ୍କୁ ଅପହରଣ କରି ଜବରଦସ୍ତ ଧର୍ମ ପରିବର୍ତ୍ତନ

ପାକିସ୍ତାନରେ ଖ୍ରୀଷ୍ଟିୟାନ୍ ନାବାଳିକାଙ୍କୁ ଅପହରଣ କରି ଜବରଦସ୍ତ ଧର୍ମ ପରିବର୍ତ୍ତନ

ପାକିସ୍ତାନ : ପାକିସ୍ତାନରେ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବାର ଘଟଣା ଥମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନୀ ଝିଅଙ୍କୁ ଚୀନ ପଠାଯାଉଥିବାବେଳେ ପାକିସ୍ତାନରେ ରହୁଥିବା ଅନ୍ୟ ଧର୍ମର ଝିଅମାନେ ମଧ୍ୟ ଏଠାରେ ଅସୁରକ୍ଷିତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କରାଚୀରେ । ଏଠାରେ ଜଣେ ୧୪ବର୍ଷର ଖ୍ରୀଷ୍ଟିୟାନ୍ ଧର୍ମାବଲମ୍ବୀ ନାବାଳିକା ହୁମା ୟୁନୁସଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା ଓ ତା’ପରେ ତାଙ୍କର ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଇ ତାଙ୍କୁ ମୁସଲମାନ କରାଯାଇଥିଲା । ଏହା ପରେ ଅପହରଣକାରୀ ଅବଦୁଲ ଜବ୍ବାର ସହ ତାଙ୍କର ବିବାହ ମଧ୍ୟ କରି ଦିଆଯାଇଥିଲା ।
ତେବେ ସୂଚନାନୂଯାୟୀ, ହୁମା ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ପ୍ରଥମେ ହୁମାଙ୍କୁ ଅପହରଣ କରାଯାଇଥିଲା ଏହା ପରେ ତାଙ୍କୁ ଡେରା ଗାଜି ଖାନ୍ ନିଆଯାଇଥିଲା। ତା’ପରେ ଜବରଦସ୍ତି ତାଙ୍କ ଧର୍ମ ପରିବର୍ତ୍ତନ କରିବା ପରେ ଅପହରଣ କରିଥିବା ଅବଦୁଲ ଜବ୍ବାର ସହ ତାଙ୍କର ବିବାହ କରି ଦିଆଯାଇଥିଲା। ଏହା ପରେ ଅତ୍ୟନ୍ତ ସାହସର ସହିତ ବିବାହର କାଗଜପତ୍ର ହୁମାଙ୍କ ବାପା-ମାଆଙ୍କ ପାଖକୁ ପଠାଇ ଦିଆଯାଇଥିଲା। ଏହା ଏଥିପାଇଁ ଥିଲା ଯେ ଝିଅ ନିଖୋଜ ଥିବା ଯୋଗୁଁ କୋର୍ଟ-କଚେରୀ ଯିବାର ଆବଶ୍ୟକତା ନାହିଁ,ତାଙ୍କ ଝିଅ ଏବେ ଅନ୍ୟର ହୋଇଗଲାଣି। କିନ୍ତୁ ହୁମାଙ୍କ ମାଆ ଏମାମଲାରେ ଡରି ଯାଇ ଚୁପଚାପ୍ ବସିବା ବଦଳରେ କୋର୍ଟ ଯିବାକୁ ଉଚିତ୍ ମଣିଥିଲେ। ପାକିସ୍ତାନର ସାମ୍ବାଦିକା ନାୟଲା ଇନାୟତ ଏହି ସମ୍ବନ୍ଧରେ ଟ୍ବିଟ୍ କରିଛନ୍ତି।
କୋର୍ଟରେ ଶୁଣାଣି ସମୟରେ ହୁମାଙ୍କ ମାଆ ନଗିନା ୟୁନୁସ୍ ପ୍ରଶ୍ନ କରିଥିଲେ ଯେ କ‘ଣ ପାକିସ୍ତାନରେ ଅପହରଣ ଏବଂ ଧର୍ମ ପରିବର୍ତ୍ତନ ହିଁ ତାଙ୍କର ଭବିଷ୍ୟତ ଅଟେ। ଯଦି ଏପରି ତେବେ କ’ଣ ଖ୍ରୀଷ୍ଟିୟାନ୍ ମାଆମାନଙ୍କୁ ତାଙ୍କ ଝିଅଙ୍କୁ ମାରି ଦେବା ଦରକାର? ଅଦାଲତରେ କୁହାଯାଇଥିଲା ଯେ, ଝିଅଙ୍କୁ ଏବେ ୧୮ବର୍ଷ, କିନ୍ତୁ ତାଙ୍କ ମାଆଙ୍କ କହିବା ଅନୁସାରେ ତାଙ୍କୁ ମାତ୍ର ୧୪ବର୍ଷ। ତାଙ୍କର ୨୦୦୫ମସିହାରେ ଜନ୍ମ ହୋଇଛି। ନଗିନା କହିଥିଲେ ଯେ ତାଙ୍କର ୨୦୦୪ମସିହାରେ ବିବାହ ହୋଇଥିଲା ଏବଂ ୨୦୦୫ମସିହାରେ ହୁମାଙ୍କ ଜନ୍ମ ହୋଇଥିଲା।ଏହା ସହିତ ନଗିନା କହିଥିଲେ ଯେ ଜବ୍ବାର ତାଙ୍କୁ ଫୋନ୍ ଏବଂ ମ୍ୟାସେଜ ଜରିଆରେ ଧମକ ଦେଉଛି ଯେ ସେ ତାଙ୍କ ଖ୍ରୀଷ୍ଟିୟାନ୍ ସମୁଦାୟକୁ ଏକାଠି କଲେ ମଧ୍ୟ ତାଙ୍କର କିଛି ବିଗାଡ଼ି ପାରିବେ ନାହିଁ। ନଗିନା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍,ବିଲାଓ୍ବଲ ଭୁଟ୍ଟୋ ଏବଂ ସେନା ମୁଖ୍ୟ ବାଜଓ୍ବାଙ୍କଠୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।ପାକିସ୍ତାନରେ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବାର ଏହା ପ୍ରଥମ ମାମଲା ନୁହେଁ । ଏଠାରୁ ସବୁବେଳେ ଏପରି ଖବର ଆସିଥାଏ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking