27.1 C
Bhubaneswar
Thursday, April 25, 2024
Homeଅପରାଧ୫୫ବର୍ଷୀୟ ବୃଦ୍ଧଙ୍କ କରାନାମା

୫୫ବର୍ଷୀୟ ବୃଦ୍ଧଙ୍କ କରାନାମା

ବାଲେଶ୍ୱର: ଦିନକୁ ଦିନ ଦୁଷ୍କର୍ମ ଭଳି ଘଟଣା ବଢିବାରେ ଲାଗିଛି । ଦୁଷ୍କର୍ମକାରୀ ମାନଙ୍କୁ ଯେତେ କଠୋର ଦଣ୍ଡ ଦିଆଗଲେ ମଧ୍ୟ ସେମାନେ ସୁଧୁରିବାର ନାଁ ଧରୁନାହାନ୍ତି । କି ସେମାନଙ୍କ ପାର୍ଦୁଭାବ କମିବାର ନାଁ ଧରୁନି । ଦିନକୁ ଦିନ ବଢିବାରେ ଲାଗିଛି । ତେବେ ନାରୀଟି କେଉଁଠି ବି ନିଜକୁ ସୁରକ୍ଷିତ ବୋଲି ଭାବୁ ନାହିଁ । ସେ ଘରେ ହେଉ କି ବାହାରେ କେଉଁଟି ବି ସୁରକ୍ଷିତ ନୁହେଁ । ତେବେ ପୁଣି ଏଭଳି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସୋର ଅଞ୍ଚଳରେ ।
ସୂଚନା ଅନୁସାରେ, ଜଣେ ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ୫୫ ବର୍ଷୀୟ ବୃଦ୍ଧ ଚକୋଲେଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ କରିଥିବା ନାବାଳିକା ମା ଲିଖିତ ଅଭିଯୋଗ କରିଛନ୍ତି । ନାବାଳିକା ଜଣକ ସଂନ୍ଧ୍ୟା ସମୟରେ ତାଙ୍କ ମାମୁଁ ଘରକୁ ସାଇକେଲରେ ଯିବା ବଳେ ନିଜ ପଡୋଶୀ ଉପେନ୍ଦ୍ର ଜେନା ଚକୋଲେଟର ପ୍ରଲୋଭନ ଦେଖାଇ ନାବାଳିକାକୁ ପାଖକୁ ଡାକିଥିଲା । ଚକୋଲେଟ ଦେଇ ଘର ଭିତରେ ଦୁର୍ଷ୍କମ ଉଦ୍ୟମ କରିଥିବା ସହିତ ଏକଥା କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନାବାଳିକାଙ୍କ ମା ସୋର ଥାନାରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଗାଁରେ କଙ୍ଗାରୁ କୋର୍ଟ ବସିଥିବା ବେଳେ କିଛି ଟଙ୍କା ଦେଇ ଏହି ଘଟଣାକୁ ଚାପି ଦେବାକୁ ସରପଞ୍ଚ କହିଥିଲେ । କିନ୍ତୁ ନାବାଳିକାଙ୍କ ମାଁ ଅଭିଯୁକ୍ତଙ୍କୁ ଦଣ୍ଡ ଦାବିରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking