29.1 C
Bhubaneswar
Saturday, April 27, 2024
Homeରାଜନୀତିପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍ ଅଲ୍‌’ ସ୍ୱପ୍ନକୁ ଧୂଳିସାତ କରିବା ପାଇଁ ବିଧିବଦ୍ଧ ଭାବେ ଷଡଯନ୍ତ୍ର ଚଲାଇଛନ୍ତି...

ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍ ଅଲ୍‌’ ସ୍ୱପ୍ନକୁ ଧୂଳିସାତ କରିବା ପାଇଁ ବିଧିବଦ୍ଧ ଭାବେ ଷଡଯନ୍ତ୍ର ଚଲାଇଛନ୍ତି ରାଜ୍ୟସରକାର : ବିଜେପି

 ପ୍ରଧାନମନ୍ତ୍ରୀ ଆବାସ ଘୋଟାଲା ପାଇଁ ରାଜ୍ୟସରକାର ହିଁ ଦାୟୀ
 ଗରିବ ହିତାଧିକାରୀଙ୍କ ଅଧିକାରକୁ ହତ୍ୟା କରୁଛନ୍ତି ରାଜ୍ୟସରକାର
 କେନ୍ଦ୍ରୀୟ ଯୋଜନା ଦେବା ନାଁରେ କଲେକ୍ସନ ଏଜେଂଟ ପାଲଟିଛନ୍ତି ଶାସକ ଦଳ ନେତା ଓ କର୍ମୀ
 ବିନା ଲାଂଚ ନଦେଲେ ଯୋଗ୍ୟ ହିତାଧିକାରୀଙ୍କ ନାଁ କୁ ତାଲିକାଭୃକ୍ତ କରାଯାଉ ନାହିଁ
 ଶାସକ ଦଳ ସମର୍ଥୀତ ସରପଂଚ ମାନେ ଟଙ୍କା ଦେବା ପାଇଁ ହିତାଧିକାରୀମାନଙ୍କୁ ଦେଉଛନ୍ତି ଧମକ
 ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆସୁଥିବା ୨୦ ହଜାର ଟଙ୍କାର ପ୍ରଥମ କିସ୍ତିରୁ ହିତାଧିକାରୀ
ପାଉଛି ୫ ହଜାର ବାକି ୧୫ ହଜାର ନେଉଛି ଶାସକ ଦଳର ଏଜେଂଟ
 କେନ୍ଦ୍ରୀୟ ଯୋଜନା କେଳେଙ୍କାରୀରେ ସଂପୃକ୍ତ ଥିବା ଶାସକ ଦଳର ନେତାମାନଙ୍କୁ ଦୁର୍ନୀତି
ନିବାରଣ ଆଇନ ଅନୁଯାୟୀ ଗିରଫ କରାଯାଉ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ
ହାଉସିଂ ଫର ଅଲ୍ ତଥା ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । କିନ୍ତୁ ରାଜ୍ୟସରକାର
ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି । ଅନ୍ୟପଟେ ଯୋଗ୍ୟ ହିତାଧିକାରୀ
ମାନେ ଘରେ ଖଣ୍ଡେ ପାଇବାରୁ ବଂଚିତ ହେଉଛନ୍ତି । ସାରା ରାଜ୍ୟରେ ବିଜେଡିର ଏଜେଂଟ ମାନେ ପ୍ରତି ହିତାଧିକାରୀଙ୍କ ଠାରୁ ୧୦-
୨୫ ହଜାର ଟଙ୍କାର ଲାଂଚ ନେଇ ଗରିବ ଖଟିକିଆ ଲୋକଙ୍କୁ ତାଲିକାଭୃକ୍ତ କରୁଛନ୍ତି । ବିଜେପି ଏହାର ପ୍ରତିବାଦରେ ବାରମ୍ବାର
ଅଭିଯୋଗ କରୁଥିଲେ ବି ରାଜ୍ୟସରକାର ଅଭିଯୁକ୍ତମାନଙ୍କ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଇଛା ପ୍ରକାଶ କରୁନାହାଁନ୍ତି । କେନ୍ଦ୍ରୀୟ
ଯୋଜନାକୁ ହଡପ କରି ଗରିବ ଲୋକଙ୍କୁ ତଂଟି ଚିପି ଅର୍ଥ ଆଦାୟ କରିବା ଏବଂ ମୋଦି ସରକାର ପଠାଉଥିବା ଅର୍ଥକୁ ଗରିବ ଲୋକଙ୍କୁ
ପାଖରେ ନପହଂଚାଇ ଶାସକ ଦଳର ନେତା ମାନେ ନିଜ ପକେଟ ଗରମ କରି ଚାଲିଛନ୍ତି । ରାଜ୍ୟସରକାର ଗରିବ ଲୋକଙ୍କ ଅଧିକାରକୁ
ହତ୍ୟା କରୁଛନ୍ତି ଏବଂ ତାଙ୍କର ଅଧିକାରୀ ଓ ଶାସକ ଦଳର ନେତାମାନଙ୍କର ରାଜନୈତିକ ଉତରାଧିକାରୀ ମାନେ ଗରିବ ଲୋକଙ୍କୁ ଲୁଟ୍‌
କରିବା ପାଇଁ ଖୋଲାବାଟ ଛାଡିଦେଇଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ସାଧାରଣ ଗରିବ ଲୋକ ପାଇଁ ଏବେ କାଠିକର ପାଠ ହୋଇଛି ।
ବିନା ଲାଂଚ ନଦେଲେ ଯୋଗ୍ୟ ହିତାଧିକାରୀଙ୍କ ନାଁ କୁ ତାଲିକାଭୃକ୍ତ କରାଯାଉ ନାହିଁ । ଶାସକ ଦଳ ସମର୍ଥୀତ ସରପଂଚ ମାନେ ଟଙ୍କା
ଦେବା ପାଇଁ ବି ଧମକ ଦେଉଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଯୋଜନାରୁ ବଂଚିତ ହେଉଥିବାବେଳେ ଶାସକ ଦଳର ନେତାମାନେ
କଲେକ୍ସନ ଏଜେଂଟର ଭୂମିକା ନିଭାଉଛନ୍ତି । ବାଣପୁର ବ୍ଲକ ଭବାନୀପୁର ପଂଚାୟତ ସାହାସପୁର ଗାଁର ଜଣେ ବ୍ରାହ୍ମଣ ବିଧବା ମହିଳା
ଅହଲ୍ୟା ବେୱାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଦେବାପାଇଁ ସେହି ଗାଁର ସରପଂଚଙ୍କ ସ୍ୱାମୀ ୫ ହଜାର ଟଙ୍କା ଲାଂଚ ମାଗିଥିଲା । ଏପରକି ଟଙ୍କା
ନଦେଲେ ନାଁ କଟିଯିବ ଏବଂ ଘର ମିଳିବନି ବୋଲି ତାଗିଦ ବି କରିଥିଲା । ଗରିବ ବ୍ରାହ୍ମଣ ପରିବାର ହୋଇଥିବାରୁ ୩ ପଇସା ସୁଧରେ
ଜନୈକ ମହିଳା ଜଣଙ୍କୁ ୫ ହଜାର ଟଙ୍କା ଧାର ଆଣି ସରପଂଚଙ୍କ ସ୍ୱାମୀଙ୍କୁ ଦେଇଥିଲେ । କିଛି ଦିନ ପରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ
ବାଣପୁର ଶାଖାକୁ ସରପଂଚଙ୍କ ଭାଇ ଅହଲ୍ୟାଙ୍କୁ ନେଇ ଟିପ ଚିହ୍ନ ଦେଇ ୨୦ ହଜାର ଟଙ୍କାର ପ୍ରଥମ କିସ୍ତି ଉଠାଇ ମହିଳାଙ୍କୁ ୧୦
ହଜାର ଟଙ୍କା ଦେଇ ବାକି ୧୦ ହଜାର ଟଙ୍କା ନିଜେ ହଡପ କରିଥିଲେ । ଏହି ଘଟଣାରୁ ସ୍ପଷ୍ଟ ଯେ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା
ପାଇଁ ଆସୁଥିବା ୨୦ ହଜାର ଟଙ୍କାର ପ୍ରଥମ କିସ୍ତିରୁ ହିତାଧିକାରୀ ମାତ୍ର ୫ ହଜାର ଟଙ୍କା ପାଉଥିବାବେଳେ ବାକି ୧୫ ହଜାର ଟଙ୍କାକୁ
ଶାସକ ଦଳର ଏଜେଂଟମାନେ ହେରଫେର କରୁଛନ୍ତି । କେବଳ ବାଣପୁର ବ୍ଲକ ନୁହେଁ ଭାତ ହାଣ୍ଡିରୁ ଭାତ ଚିପିଲା ଭଳି ଏହା ଏକ ନଗ୍ନ
ଉଦାହରଣ । କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ରାଜ୍ୟର ସମସ୍ତ ପଂଚାୟତରେ ଏପରି ଶାସକ ଦଳର
ଏଜେଂଟ ମାନେ ଗୁଣ୍ଡାଗର୍ଦ୍ଦି କରିବା, ଧମକ ଦେବା , ଲାଂଚ ମାଗିବା ଏବଂ ଦଳୀୟ ଲୋକଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇଦେବା
କାର୍ଯ୍ୟ ଚାଲୁରଖିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
ଗତ କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଫିସ ପଛପଟ ପଡିଆରେ ପିଏମଏୱାଇ ଆବେଦନ ପତ୍ର ଫୋପଡା ହେବା
ଏବଂ କିଛି ଅଧାଜଳି ଯାଇଥିବା ଫର୍ମ ପଡିଥିବା ଘଟଣା କିଛି ଗଣମାଧ୍ୟମ ନଜରକୁ ଆସିଥିଲା । ଏ ବାବଦ ବ୍ଲକର ଅଧିକୃତ
ଅଧିକାରୀମାନଙ୍କୁ ପ୍ରଶ୍ନ ପଚାରିବାରୁ ସେମାନଙ୍କ ଠାରୁ କୌଣସି ସନ୍ତୋଷଜନକ ଉତର ମିଳିନିଥଲା । ଏହି ଘଟଣା ବିରୁଦ୍ଧରେ ଥାନାରେ
ଏତଲା ଦେବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।
ରାଜ୍ୟରେ ଏଭଳି ଭଷ୍ଟ୍ରାଚାର ବିରୁଦ୍ଧରେ ଅନେକ ଉଦାହରଣ ନେଇ ବିଜେପି ପକ୍ଷରୁ ରାଜ୍ୟସରକାରଙ୍କୁ ପ୍ରଶ୍ନ କରାଯାଇଥିଲେ
ବି ଏ ପର୍ଯ୍ୟନ୍ତ କାହାକୁ ନିଲମ୍ବନ କିମ୍ବା ଗିରଫ କରାଯାଇନାହିଁ । ଓଡିଶା ପ୍ରଦେଶର ଜନଜସାଧାରଣ ଏଭଳି ଦୁର୍ନୀତି ଓ ଭଷ୍ଟ୍ରାଚାରକୁ
ପ୍ରଶୟ ଦେବେ ନାହିଁ । ଓଡିଆ ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍ ଅଲ୍‌’ ସ୍ୱପ୍ନକୁ ଧୂଳିସାତ କରିବା ପାଇଁ ବିଧିବଦ୍ଧ ଭାବେ
ଷଡଯନ୍ତ୍ର ଚଲାଇଛନ୍ତି ରାଜ୍ୟସରକାର । ଏଥି ପାଇଁ ରାଜ୍ୟରକାର ହିଁ ଦାୟୀ । କେନ୍ଦ୍ରୀୟ ଯୋଜନା କେଳେଙ୍କାରୀରେ ସଂପୃକ୍ତ ଥିବା ଶାସକ
ଦଳର ନେତାମାନଙ୍କୁ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଗିରଫ କରିବାର ସାହାସ ରାଜ୍ୟସରକାର ଦେଖାନ୍ତୁ ଏବଂ ଏଭଳି
ହେରାଫେରୀ କାର୍ଯ୍ୟକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରିବା ପାଇଁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking