40.1 C
Bhubaneswar
Thursday, April 25, 2024
Homeଓଡିଶାରାଉରକେଲା ରହିଲା ଲକ୍ ଡାଉନ

ରାଉରକେଲା ରହିଲା ଲକ୍ ଡାଉନ

ରାଉରକେଲା : ଆଜି ରବିବାର ରାଉରକେଲା ସମେତ ସାରନଗରୀରେ ଲକ୍ ଡାଉନ ଦେଖିବାକୁ ମିଳିଥିଲା । ସକାଳ ୬ଟାରୁ ଦିନ ଗୋଟାଏ ଯାଏ ଦକ୍ଷିଣ ରାଉରକେଲାରେ ପରିବା ବଜାର, ଅଣ୍ଡା, ମାଛ, ମାଂସ ଓ ଦୁଗ୍ଧ ଓ ରାସନ ଦୋକାନ ଖୋଲିଥିଲେ ହେଁ, କିଛି ଅଂଚଳରେ ରାସନ ଦୋକାନ ଦିବା ୨ଟା ଯାଏ ଖୋଲା ରହିଥିଲା । ପୁଲିସ ଦୋକାନୀ ମାନଙ୍କୁ ତାଗିଦ କଲାପରେ ଦୋକାନୀ ମାନେ ନିଜ ନିଜର ଦୋକାନ ବନ୍ଦ କରିଥିଲେ । ସେହିପରି  ସାରନଗରୀର କିଛି ଅମାନିଆ ଯୁବପିଢୀ ସାରନଗରୀର ରାଜରାସ୍ତାରେ ନଯାଇ ଗଳିକନ୍ଦିରେ ବାଇକ ଧରି ଘୁରି ବୁଲିଥିଲେ । ସାରନଗରୀର ପ୍ରମୁଖ ଛକରେ ଶକ୍ତ ପୁଲିସ ପହରା ଦିଆଯାଇଥିଲା । ଅପରପକ୍ଷରେ ସାରନଗରୀର ଅନ୍ୟାନ ଦୋକାନ ବନ୍ଦ ରହିଥିଲା । ଗତକାଲି ରାତି ୯ଟାରୁ ଲକ ଡାଉନ ଘୋଷଣା ପରେ ଟାଙ୍ଗରପାଲୀ ପୁଲିସ ସମେତ ଆଇଡ଼ିଏଲ ଫାଣ୍ଡି ଓ ଜଲଦା ଫାଣ୍ଡି ପକ୍ଷରୁ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇ ଅମାନିଆ ମାନଙ୍କୁ ସାବାଡ଼ କରାଯାଇଥିଲା । ସାରନଗରୀ ରାଜ ରାସ୍ତାରେ ଯାତାୟତ କରୁଥିବା ପଥଚାରୀ,ବାଇକଧାରୀ ଓ ସାଇକେଲ ଆରୋହୀଙ୍କୁ ପୁଲିସ ମାସ୍କ ପରିଧାନ କରିବାକୁ ଅପିଲ କରିଥିଲା ।

ଲକଡାଉନ : ଟ୍ରେନ ସେବା ବନ୍ଦ, ଅନିଶ୍ଚିତତା ମଧ୍ୟରେ କୁଲିଙ୍କ ଭବିଷ୍ୟତ

ରାଉରକେଲା: ଲକଡାଉନ ଯୋଗୁଁ ଅନେକ ଲୋକ ନିଜ ଜୀବିକା ହରାଇଛନ୍ତି । ଦେଶରେ କୋରୋନା ସଂକ୍ରମଣ ରୋକିବା ପାଇଁ ପ୍ରଥମେ ଟ୍ରେନ ବନ୍ଦ କରାଯାଇଥିଲା । ଫଳରେ ରାଉରକେଲା ଯିବା ଆସିବା କରୁଥିବା 40ଟି ଟ୍ରେନ ବନ୍ଦ ରହିଛି । ରାଉରକେଲାରେ ପ୍ରାୟ 150 କୁଲି ଦିନ ରାତି ଖଟୁଥିବାବେଳେ ଏବେ 100ରୁ ଅଧିକ ବିହାର କିମ୍ବା ଉତ୍ତରପ୍ରଦେଶ ଚାଲି ଯାଇଥିଲେ । କିନ୍ତୁ ଅନେକ କୁଲି ଏବେ ବି ରାଉରକେଲାରେ ଫସି ରହିଛନ୍ତି । ଆଗକୁ ଟ୍ରେନ ଚଳାଚଳକୁ ନେଇ ସବୁ ଅନିଶ୍ଚିତତାରେ ରହିଥିବାରୁ କୁଲିମାନଙ୍କ ଭବିଷ୍ୟ କଣ ହେବ, ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଟ୍ରେନ ଚଳାଚଳ ବନ୍ଦ ଥିବାରୁ ଏମାନଙ୍କ ପେଟ ପୋଷିବା ଏବେ ଏମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ସେପଟେ ଘର ମାଲିକ ମଧ୍ୟ ଘର ଭଡା ଦେବା ପାଇଁ ଚାପ ପ୍ରୟୋଗ କରୁଛନ୍ତି। ଆଗକୁ ସ୍ଥିତି କେବେ ସ୍ବାଭାବିକ ହେବ ସେନେଇ ମଧ୍ୟ କାହାରିକୁ ଜଣାନାହିଁ । ଏହିଭଳି ପରିସ୍ଥିତିରେ ଏମାନଙ୍କ ପାଇଁ କୌଣସି ସରକାରୀ ଯୋଜନା ନାହିଁ ଏହା ବଡ଼ ପ୍ରଶ୍ନ ।

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking