28.1 C
Bhubaneswar
Sunday, April 28, 2024
Homeଓଡିଶାରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବିରେ ରାଜ୍ୟ ଯୋଗଣ ନିଗମ କାର୍ଯ୍ୟାଳୟ...

ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବିରେ ରାଜ୍ୟ ଯୋଗଣ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା କୃଷକ ମୋର୍ଚ୍ଚା

 ଟୋକନ୍ ଲ୍ୟାପସ୍ ହୋଇଥିବା ସମସ୍ତ ଚାଷୀଙ୍କ ଧାନ ମଣ୍ଡିରୁ ଉଠାନ୍ତୁ ରାଜ୍ୟ ସରକାର:ପ୍ରଦୀପ ପୁରୋହିତ
 ୫ ଏକରରୁ ଅଧିକ ଜମି ଥିବା ଚାଷୀଙ୍କ ଠାରୁ ଧାନ କିଣନ୍ତୁ ରାଜ୍ୟ ସରକାର
 ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ଠାରୁ ପ୍ରତିଶୃତି ପାଇବା ପରେ ଧାରଣାରୁ ଉଠିଲେ କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତା
 ଜୁନ୍ ୩୦ ତାରିଖ ସୁଦ୍ଧା ମଣ୍ଡିରୁ ସମସ୍ତ ଧାନ ଉଠାଇବା ନେଇ ନିର୍ଭର ପ୍ରତିଶୃତି ଦେଲେ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ
 ଚାଷୀଙ୍କ ଠାରୁ କ୍ୱିଂଟାଲ ପିଛା ୮/୧୦ କେଜି ଧାନ କଟନୀ ଛଟନୀ କରାଯାଉଥିବାରୁ ମିଲର୍ସ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ
 ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ କେନ୍ଦ୍ରୀୟ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି, ଏହାକୁ ସମୀକ୍ଷା ଏବଂ ତୁରନ୍ତ କାର୍ଯ୍ୟକାରୀ କରାଯାଉ
 ମିଲର ଓ ସରକାରଙ୍କ ମଧ୍ୟମରେ ଅସାଧୁ ମେଂଟ ରହିଛି
 କଟନୀ ଛଟନୀ କରି ମିଲରମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି
 ଧାନ ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କ ୧୫୧ ଦିନର ସମୟ ଅବଧିକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର
 ମିଲରର ଟ୍ୟାଗ ଥିବା ସତ୍ୱେ ଧାନ ମଣ୍ଡିରୁ ନଉଠାଇବା କାରଣରୁ ଚାଷୀଙ୍କ ଟୋକନ ଲ୍ୟାପସ ହୋଇଛି,
ଏଭଳି ମିଲରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ

ଭୁବନେଶ୍ୱର : ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ପାଖରେ ଧାନ ବିକ୍ରି ନହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି । ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ପ୍ରାୟ ହଜାର ସଂଖ୍ୟାରେ ଚାଷୀଙ୍କ ଟୋକନ ଲ୍ୟାପସ୍ ହେବା କାରଣରୁ ସେମାନଙ୍କ ଧାନ ମଣ୍ଡିରେ ପଡିରହିଛି । ଏଥିପାଇଁ ଯେତେ ସଂଖ୍ୟାରେ ଚାଷୀ ପଞ୍ଜୀକରଣ କରିଥିଲେ ।
ଟୋକନ ନଦେବା କାରଣରୁ ସେମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଖୋଲା ବଜାରରେ କ୍ୱିଂଟାଲ ପିଛା ହଜାର ଟଙ୍କାରେ ଧାନବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ଟୋକନ ପାଇଥିବା ଚାଷୀ ମଣ୍ଡିରେ ଧାନବିକ୍ରି କଲାବେଳେ ମିଲର୍ସ ମାନେ ମନଇଚ୍ଛା କ୍ୱିଂଟାଲ ପିଛା ୮/୧୦ କେଜି କଟନୀ ଛଟନୀ କରି ଚାଷୀଙ୍କୁ ଶୋଷଣ କରୁଛନ୍ତି । ଚଳିତ ରବି ଋତୁରେ ସରକାର ଟୋକନର ଅବଧି ମାତ୍ର ୧୨ ଦିନ କରିଦେଇଥିବାରୁ ଅନେକ ଚାଷୀଙ୍କ ଟୋକନ ଲ୍ୟାପସ ହୋଇଛି । ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବିରେ ଓଡିଶା ରାଜ୍ୟ ଯୋଗଣ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ ବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ବ୍ୟବସ୍ଥା ଫଳରେ
ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର କ୍ୱିଂଟାଲ ଧାନ ପଡି ରହି ନଷ୍ଟ ହେଉଛି । ଶାସକ ଦଳ ଓ ଅସାଧୁ ମିଲରଙ୍କ ମଧୁ ଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଂଚିତ ରହୁଛି ଏବଂ ଅଭାବ ବିକ୍ରିର ସମ୍ମୁଖୀନ ହେଉଛି । ମଣ୍ଡିର ଅଭାବ ଯୋଗୁ ଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମଏସପିରୁ କମ୍ ଦରରେ ଚାଷୀ ନିଜ ଧାନ ବିକ୍ରି କରୁଛି । ମୋଦି ସରକାର ଧାନର ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୯୪୦ ଟଙ୍କା ଥିବାବେଳେ ଚାଷୀମାନେ ମଧ୍ୟସ୍ଥିଙ୍କ ଉପସ୍ଥିତି କାରଣରୁ ୧ ହଜାରରୁ ୧୨୦୦ ଟଙ୍କାରେ ନିଜ କଷ୍ଟ ଉର୍ପାଜିତ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ମିଲର ଜରିଆରେ ବିଜେଡି ନିଜ ଦଳୀୟ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରୁଛି ବୋଲି ବିଜେପି ରାଜ୍ୟ କୃଷକ
ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।
ରାଜ୍ୟରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଏହି ପ୍ରସଙ୍ଗରେ ଚଳିତ ବର୍ଷ ମାର୍ଚ୍ଚ ୧୬ ତାରିଖରେ ଖାଉଟି ବ୍ୟାପାର
ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସହ ବିଜେପିର ସାଂସଦମାନେ ଆଲୋଚନା କରିଥିଲେ । ଏହା ପରେ ବିଭାଗୀୟ ମନ୍ତ୍ରାଳୟ ପକ୍ଷରୁ ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଧାନ କିଣା ଅବ୍ୟବସ୍ଥା ନେଇ ତଦନ୍ତ କରାଯାଇଥିଲା । କେନ୍ଦ୍ରୀୟ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି, ଏହାକୁ ସମୀକ୍ଷା ଏବଂ ତୁରନ୍ତ କାର୍ଯ୍ୟକାରୀ କରାଯାଉ । ମିଲରର ଟ୍ୟାଗ ଥିବା ସତ୍ୱେ ଧାନ ମଣ୍ଡିରୁ ନଉଠାଇବା କାରଣରୁ ଚାଷୀଙ୍କ ଟୋକନ ଲ୍ୟାପସ ହୋଇଛି, ଏଭଳି ମିଲରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି ।

ଓଡିଶାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ବିରୁଦ୍ଧରେ କେନ୍ଦ୍ରୀୟ ପ୍ରତିନିଧୀ ଦଳ ୫୬ ପୃଷ୍ଠାର ରିପୋର୍ଟରେ ଦର୍ଶାଯାଇଛି ଯେ,
ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନ କିଣିବା ସମୟସୀମାକୁ ସମସ୍ତ ଆରଏମସି ଗୁଡିକରେ କମାଇ ଦିଆଯାଇଛି । ଯାହାଫଳରେ ଟୋକନ ନଷ୍ଟ ହେବା ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀମାନେ ହତାଶ ହୋଇଛନ୍ତି । ଧାନ ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କ ୧୫୧ ଦିନର ସମୟ ଅବଧିକୁ ଅଣଦେଖା କରାଯାଇଛି । ସ୍ୱଚ୍ଛତା ଓ ଉତରଦାୟୀତ୍ୱ ନଥିବାକରଣରୁ ଚାଷୀମାନେ ମଣ୍ଡି ମାଫିଆଙ୍କ ଦ୍ୱାରା ଲୁଟର ଶିକାର ହେଉଛନ୍ତି । ଧାନର ପରିବହନ ପାଇଁ ରାଜ୍ୟ ସରକାର ମିଲରଙ୍କୁ ଦାୟୀତ୍ୱ ଦେଇଛନ୍ତି ଯାହା ନିୟମ ବିରୋଧୀ । ଧାନର ସମଗ୍ର କ୍ରୟ ପ୍ରକ୍ରିୟା ମିଲରମାନଙ୍କ ଇଛା
ଅନୁଯାୟୀ ପରିଚାଳିତ ହେଉଛି । ଧାନ ବସ୍ତା, ଧାନର ପରିବହନ, ଲୋଡିଂ ଏବଂ ମଣ୍ଡିରେ କାମ କରୁଥିବା ଶ୍ରମିକଙ୍କୁ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ମିଲରଙ୍କୁ ଦାୟୀତ୍ୱ ଦେଇଛନ୍ତି । ଏହା ଭାରତ ସରକାରଙ୍କ ଦ୍ୱାରା ଇ-ଟେଣ୍ଡର ମାଧ୍ୟମରେ ଧାନର ପରିବହନ ମୂଲ୍ୟ ଏବଂ ପରିବହନ ଦର ନିର୍ଦ୍ଧାରଣ ପାଇଁ ଓସଓଆର ୦୬-୦୫-୨୦୧୯ (ଇଦ୍ଭଦ୍ଭରଙ୍ଘଙ୍କକ୍ସର-ଢଢଠ) ନିୟମର ଉଲ୍ଲଘଂନ କରୁଛି । ମିଲରମାନଙ୍କ ଦ୍ୱାରା
ଟ୍ରାନଜିଟ୍ ପାସ୍ ବା ସ୍ୱୀକୃତି ପତ୍ର ଦେଲା ପରେ ହିଁ ଚାଷୀ ମାନଙ୍କୁ ପଇସା ଦିଆଯିବାର ପ୍ରକ୍ରିୟା ଆରମ୍ଭ ହେଉଛି । ଏଥିରୁ ଜଣାପଡୁଛି କି, ମିଲର ଓ
ସରକାରଙ୍କ ମଧ୍ୟମରେ ଅସାଧୁ ମେଂଟ ରହିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ରାଜ୍ୟ ସରକାର ଟୋକନ୍ ଲ୍ୟାପସ୍ ହୋଇଥିବା ସମସ୍ତ ଚାଷୀଙ୍କ ଧାନ ମଣ୍ଡିରୁ ଉଠାଇବା ସହ ଚାଷୀଙ୍କ ଠାରୁ କ୍ୱିଂଟାଲ ପିଛା ୮/୧୦
କେଜି ଧାନ କଟନୀ ଛଟନୀ କରାଯାଉଥିବାରୁ ମିଲର୍ସ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଦାବି କରିଛନ୍ତି । ଏହା ସହ ରାଜ୍ୟ ସରକାର ୫ ଏକରରୁ ଅଧିକ ଜମି ଥିବା ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରିବାକୁ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଦାବି କରିଛନ୍ତି । ଜୁନ୍ ୩୦ ତାରିଖ ସୁଦ୍ଧା ମଣ୍ଡିରୁ ସମସ୍ତ ଧାନ ଉଠାଇବା ନେଇ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ନିର୍ଭର ପ୍ରତିଶୃତି ଦେଇଛନ୍ତି । ଏହା ପରେ କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଧାରଣାରୁ ଉଠିଛନ୍ତି ।
ଏହି ଅବସରରେ ବିଧାୟକ ନାଉରୀ ନାଏକ, ସୁବାସ ପାଣିଗ୍ରାହୀ, ଡ. ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ରାଜ୍ୟ ସାଧାରଣ ସଂପାଦକ
ରବି ନାଏକ ପ୍ରମୁଖ ଧାଣ କିଣା ଅବ୍ୟବସ୍ଥା ଓ ଚାଷୀ ମାରଣନୀତି ବିରୁଦ୍ଧରେ କ୍ଷୋଭ ପ୍ରକାଶ କରିବା ସହ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ
ଏହି ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଥିଲେ ।
ଏହି ବିକ୍ଷୋଭ ସମୟରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଦୁର୍ଯ୍ୟଧନ ସାହୁ, ରାଧାକାନ୍ତ
ମହନ୍ତ ଓ ଶ୍ରୀରଂଜନ ମଙ୍ଗରାଜ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ ଓ କାମାକ୍ଷା ପ୍ରସାଦ ପ୍ରଧାନ, ସୁରଥ ବିଶ୍ୱାଳଙ୍କ ସମେତ
ଶତାଧିକ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking