37.1 C
Bhubaneswar
Thursday, March 28, 2024
Homeଓଡିଶାମିନାକ୍ଷୀ ଜଳ ବିଦ୍ୟୁତ୍ କେନ୍ଦ୍ରକୁ ଘେରିଲେ ଶତାଧିକ ଗ୍ରାମବାସୀ 

ମିନାକ୍ଷୀ ଜଳ ବିଦ୍ୟୁତ୍ କେନ୍ଦ୍ରକୁ ଘେରିଲେ ଶତାଧିକ ଗ୍ରାମବାସୀ 

ମାଲକାନଗିରି : ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି , ଆଖପାଖ ଗ୍ରାମର ପାରିପାଶ୍ୱର୍କ ବିକାଶ ସମେତ ୫ ଦଫା ଦାବୀ ନେଇ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ମିନାକ୍ଷୀ ଜଳ ବିଦ୍ୟୁତ୍ କେନ୍ଦ୍ରକୁ ଶତାଧିକ ଗ୍ରାମବାସୀ ଘେରାଉ କରିଛନ୍ତି । ଗତ ୨୦୦୪ ମସିହାରୁ ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ମିନାକ୍ଷୀ ଜଳ ବିଦ୍ୟୁତ୍ କେନ୍ଦ୍ର ମାଥିଲି ଅଞ୍ଚଳର ତେନ୍ତୁଳିଗୁମ୍ମା ଠାରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ସରକାରଙ୍କ ନିୟମ ଅନୁଯାୟୀ କମ୍ପାନୀ ନିଜର ପାରିପାଶ୍ୱର୍କ ଗ୍ରାମର ବିକଶ କରୁନଥିବା ଅଭିଯୋଗ କରି ୧୨ ଟି ଗ୍ରାମର ଗ୍ରାମବାସୀମାନେ ଘେରାଉ କରିଛନ୍ତି । ମୀନାକ୍ଷୀ ଜଳ ବିଦ୍ୟୁତ୍ କେନ୍ଦ୍ର ସରକାରଙ୍କ ନିୟମକୁ ଅବମାନନା କରିଛି ବୋଲି ଅଭିଯୋଗ କରିଛନ୍ତି । ଜଳ ବିଦ୍ୟୁତ୍ କେନ୍ଦ୍ର ଦ୍ୱାରା କମ୍ପାନୀ ବାର୍ଷିକ କୋଟି କୋଟି ଟଙ୍କା ଲାଭ ପାଉଥିବା ବେଳେ ଅଞ୍ଚଳର ବିକାଶ ପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରୁନଥିବା ସହ ସ୍ଥାନୀୟ ବେକାର ଯବୁକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏପରିକି କମ୍ପାନୀରୁ ଉତ୍ପାଦନ ହେଉଥିବା ବିଦ୍ୟୁତ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଯୋଗାଇ ଦିଆଯାଉ ନାହିଁ । ଯାହା ଫଳରେ ଜଳ ବିଦ୍ୟୁତ୍ କେନ୍ଦ୍ର ନିକଟରେ ଥାଇ ମଧ୍ୟ ଅନେକ ଗ୍ରାମର ଲୋକେ ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି । କମ୍ପାନୀ ଅଧିକାରୀ ଗ୍ରାମବାସୀଙ୍କୁ ବୁଝାଇବା ପରେ ଆନ୍ଦୋଳନ ପ୍ରତ୍ୟୋହୃତ ହୋଇଛି । ତେବେ ଆଗାମି ଦିନରେ ଦାବି ପୂରଣ ନହେଲେ କମ୍ପାନୀର ବିଦ୍ୟୁତ୍ ଉତ୍ପାଦନକୁ ସମ୍ପୁର୍ଣ୍ଣ ଭାବରେ ଠପ୍ କରିଦିଆଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking